www.samajalive.in
Friday, December 12, 2025
17.1 C
Bhubaneswar

ସିବିଆଇ ବନାମ ମମତା : ଗୃହ ମନ୍ତ୍ରାଳୟକୁ ଗୁପ୍ତ ରିପୋର୍ଟ ଦେଲେ ପଶ୍ଚିମବଙ୍କ ରାଜ୍ୟପାଳ

ନୂଆଦିଲ୍ଲୀ : ସିବିଆଇ ଓ ପଶ୍ଚିମବଙ୍କ ସରକାର ମଧ୍ୟରେ ସୃଷ୍ଟ ବିବାଦ ପରିପ୍ରେକ୍ଷୀରେ ରାଜ୍ୟପାଳ କେଶରୀନାଥ ତ୍ରିପାଠୀ କେନ୍ଦ୍ରକୁ ରିପୋର୍ଟ ପଠାଇଛନ୍ତି। ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ସୋମବାର ରାଜ୍ୟପାଳ ତ୍ରିପାଠୀଙ୍କ ସହ ଟେଲିଫୋନରେ ଆଲୋଚନା ସହ ରିପୋର୍ଟ ଆହ୍ବାନ କରିଥିଲେ। ସିବିଆଇ ଅଧିକାରୀମାନଙ୍କୁ ରାଜ୍ୟ ପୁଲିସ ଅଟକ ରଖିବା ଘଟଣା ଦୁର୍ଭାଗ୍ୟଜନକ ଓ ଅଭୁତପୂର୍ବ ବୋଲି ସେ ଦର୍ଶାଇଥିଲେ। ପରିସ୍ଥିତି ନିୟନ୍ତ୍ରଣାଧୀନ କରିବା ଲାଗି ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ପୁଲିସ ମହାନିର୍ଦେଶକଙ୍କୁ ନିର୍ଦେଶ ଦିଆଯାଇଥିବା ରାଜ୍ୟପାଳ ତ୍ରିପାଠୀ ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ଅବଗତ କରିଛନ୍ତି। ସ୍ବତନ୍ତ୍ର ତଦନ୍ତକାରୀ ଶାଖା (ଏସ୍‌ଆଇବି) ରାଜ୍ୟପାଳଙ୍କୁ ନିଜର ତଦନ୍ତ ରିପୋର୍ଟ ପ୍ରଦାନ କରିଛି। ଏହାରି ଆଧାରରେ ରାଜ୍ୟପାଳ କେନ୍ଦ୍ରକୁ ଚୂଡାନ୍ତ ରିପୋର୍ଟ ପଠାଇଛନ୍ତି ବୋଲି ରାଜଭବନ ପକ୍ଷରୁ କୁହାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟର ସମସ୍ତ ସିବିଆଇ କାର୍ଯ୍ୟାଳୟରେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ମୁତୟନ କରାଯାଇଛି।
ଅନ୍ୟପଟେ ସୋମବାର ସଂସଦର ଉଭୟ ଗୃହରେ ଏହି ପ୍ରସଙ୍ଗକୁ ନେଇ ତୀବ୍ର ହୋହଲ୍ଲା ହୋଇଛି। ରାଜନାଥ ସେଠାରେ ମଧ୍ୟ ସମାନ କଥାର ପୁନରାବୃତ୍ତି କରିଛନ୍ତି। ଏଭଳି ପରିସ୍ଥିତି ଦ୍ବାରା ରାଜ୍ୟରେ ସାମ୍ବିଧାନିକ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ରହିଛି ବୋଲି ସେ ଦର୍ଶାଇଛନ୍ତି। ସିବିଆଇର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ବିରୋଧୀ ଦଳଗୁଡିକର ପ୍ରବଳ ହଟ୍ଟଗୋଳ ଯୋଗୁଁ ଉଭୟ ଗୃହକୁ ମୁଲତବୀ ରଖିବାକୁ ପଡିଛି। ଲୋକସଭାରେ ତୃଣମୂଳ କଂଗ୍ରେସ ସାଂସଦମାନଙ୍କ ସହିତ ବିଜେଡି, ଏନ୍‌ସିପି, ଏସ୍‌ପି ଓ ଆରଜେଡିର ସାଂସଦମାନେ ପଶ୍ଚିମବଙ୍ଗ ପରିସ୍ଥିତିକୁ ନେଇ କେନ୍ଦ୍ର ସରକାରକୁ ତୀବ୍ର ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ସିବିଆଇର ଅନୁଚିତ ବ୍ୟବହାର କରୁଥିବା ସେମାନେ ଅଭିଯୋଗ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ପ୍ରମୁଖ ମମତାଙ୍କୁ ସମର୍ଥନ କରିଛନ୍ତି। ଅପରପକ୍ଷରେ ରାଜ୍ୟରେ ସାମ୍ବିଧାନିକ ବ୍ୟବସ୍ଥା ଧୂଳିସାତ ହୋଇଛି ବୋଲି ବିଜେପି ଦର୍ଶାଇଛି।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories