www.samajalive.in
Thursday, December 11, 2025
14.1 C
Bhubaneswar

ରାହୁଲଙ୍କୁ ରାଜନାଥଙ୍କ ପ୍ରଶ୍ନ; ଶସ୍ତ୍ର ପୂଜାରେ ଓଁ ନ ଲେଖିଲେ କ’ଣ ଲେଖାଯିବ

ଚଣ୍ଡୀଗଡ଼: ହରିୟାଣାରେ ନିର୍ବାଚନ ପ୍ରଚାର ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ଲୋକଙ୍କୁ ଉଦବୋଧନ ଦେବାବେଳେ ରାଜନାଥ ରାଫେଲ ଯୁଦ୍ଧ ବିମାନର ଶସ୍ତ୍ର ପୂଜାକୁ ନେଇ ଉପୁଜିଥିବା ବିବାଦ ପ୍ରସଙ୍ଗକୁ ଉଠାଇ ରାହୁଲଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାହୁଲଙ୍କୁ ପ୍ରଶ୍ନ କରି ରାଜନାଥ କହିଛନ୍ତି, ଶସ୍ତ୍ର ପୂଜାରେ ଓଁ ନ ଲେଖିଲେ ଆଉ କ’ଣ ଲେଖାଯିବ ?

ହରିୟାଣାର ଭିବାନୀରେ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ରାଜନାଥ କହିଛନ୍ତି, ଦଶହରା ସମୟରେ ଶସ୍ତ୍ର ପୂଜାର ପରମ୍ପରା ରହିଛି। ମୁଁ ଯେତେବେଳେ ରାଫେଲ ଉପରେ ଓଁ ଲେଖିଲି, ସେତେବେଳେ ଲୋକେ ପଚାରିଲେ ଆପଣ ଓଁ କାହିଁକି ଲେଖିଲେ। ମୁଁ ରାହୁଲଙ୍କୁ ପଚାରିବାକୁ ଚାହୁଁଛି ଯେ, ଶସ୍ତ୍ର ପୂଜାରେ ଓଁ ଲେଖାଯିବ ନାହିଁ ତ କ’ଣ ଲେଖାଯିବ। ଏହା ସହିତ ରାଜନାଥ ଜାମ୍ମୁ-କାଶ୍ମୀର ପ୍ରସଙ୍ଗରେ କଂଗ୍ରେସକୁ ପ୍ରଶ୍ନ କରି କହିଛନ୍ତି, ଏହି ପ୍ରସଙ୍ଗ ଭାରତର ଆଭ୍ୟନ୍ତରୀଣ ମାମଲା। ସେମାନେ ଏହାକୁ କ’ଣ ଅନ୍ତର୍ଜାତୀୟ ପ୍ରସଙ୍ଗ କରିବାକୁ ଚାହୁଁଛନ୍ତି କି ?

Hot this week

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

Related Articles

Popular Categories