www.samajalive.in
Friday, December 12, 2025
19.1 C
Bhubaneswar

ହାଇଦ୍ରାବାଦରେ ଉଦଘାଟିତ ହେଲା ଜାତୀୟ ତଦନ୍ତ ସଂସ୍ଥାର ନୂତନ କାର୍ଯ୍ୟାଳୟ

ହାଇଦ୍ରାବାଦ: ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ହାଇଦ୍ରାବାଦରେ ଜାତୀୟ ତଦନ୍ତ ସଂସ୍ଥାର ନୂତନ କାର୍ଯ୍ୟାଳୟ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତଙ୍କବାଦର ମୂଳୋତ୍ପାଟନପାଇଁ ଏକ ଦୃଢ଼ ନିଷ୍ପତ୍ତି ନେଇଛନ୍ତି ଏବଂ ପାକ୍‍ ଅଧିକୃତ ଜମ୍ମୁ ଓ କାଶ୍ମୀରରେ ଥିବା ସନ୍ତ୍ରାସବାଦୀ ଶିବିର ଉପରେ ବିମାନ ଆକ୍ରମଣ ଏ ଦିଗରେ ଏକ ବୃହତ୍‍ ପଦକ୍ଷେପ। ସନ୍ତ୍ରାସବାଦ ବିରୋଧରେ ଭାରତର କାର୍ଯ୍ୟାନୁଷ୍ଠାନକୁ ସମଗ୍ର ବିଶ୍ୱ ସମର୍ଥନ କରୁଛି ଏବଂ ଆବୁଧାବିରେ ଚାଲିଥିବା ଇସ୍‍ଲାମୀୟ ସହଯୋଗ ସଙ୍ଗଠନ – ଓ.ଆଇ.ସି. ବୈଠକରେ ଭାରତକୁ ସମ୍ମାନିତ ଅତିଥି ଭାବେ ଆମନ୍ତ୍ରଣ କରାଯିବା ଆମପାଇଁ ଗୌରବର ବିଷୟ ବୋଲି ସେ କହିଛନ୍ତି। ତଦନ୍ତ ପ୍ରକ୍ରିୟାକୁ ସ୍ଵଛ ଓ ଉତ୍ତରଦାୟୀ କରିବା ସହ ଦୋଷୀ ସାବ୍ୟସ୍ତ କରିବା ହାରକୁ ଶତକଡ଼ା ୯୨ ଭାଗରୁ ଶତ ପ୍ରତିଶତ କରିବାପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀ ଜାତୀୟ ତଦନ୍ତ ସଂସ୍ଥାର ଅଧିକାରୀମାନଙ୍କୁ କହିଛନ୍ତି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories