www.samajalive.in
Friday, December 12, 2025
19.1 C
Bhubaneswar

ଧଳାପଥର ଫାଣ୍ଡି ଉଦ୍‍ଘାଟିତ

କଳାପଥର(ବାଙ୍କୀ) : ଧଳାପଥର ପଞ୍ଚାୟତ ସହିତ ଗେଡିଆପଲ୍ଲୀ ଓ ମାଣିବନ୍ଧ ପଞ୍ଚାୟତର ଜନ ସାଧାରଣଙ୍କ ସିଧା ସଳଖ ପୁଲିସ୍‍ ସେବା ଲକ୍ଷରେ ଧଳାପଥର ଫାଣ୍ଡି ନୂତନ ଗୃହକୁ ଓଡିଶା ପ୍ରଶାସନିକ କେନ୍ଦ୍ରାଞ୍ଚଳ ଆଇ ଜି ସୈାମେନ୍ଦ୍ର ପ୍ରୀୟଦର୍ଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‍ଘାଟନ କରିଛନ୍ତି। ଏହା ପୁଲିସ୍‍ ବିଭାଗ ସହ ପ୍ରଶାସନିକ ସହାୟତାରେ ୬୦ ଲକ୍ଷ ବ୍ୟୟରେ ନିର୍ମାଣ କରାଯାଇଛି। ପରେ ଫାଣ୍ଡି ପରିସରରେ ଖୋର୍ଦ୍ଧା ଏସ୍‍ ଡି ପିଓ ଯୁଗଳ କିଶୋର ଦାସଙ୍କ ପରିଚାଳନାରେ ସମ୍ମାନୀତ ଅତିଥି ଭାବେ ବିଧାୟକ ପ୍ରଶାନ୍ତ ଜଗଦେବ ଯୋଗଦେଇ କହିଲେ- କଟକ, ନୟାଗଡ ଏବଂ ଖୋଦ୍ଧା ର୍ଜିଲ୍ଲାର ଧଳାପଥର ହେଉଛି ସିମାନ୍ତବର୍ତ୍ତୀ ଅଞ୍ଚଳ। ତେଣୁ ଜନ ସାଧାରଣଙ୍କୁ ପୁଲିସ୍‍ ଉତ୍ତମ ସହାୟତା କରିପାରିବ।

ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଏସ୍‍ ପି ଅମୁଲ୍ୟ କୁମାର ଦାସ, ଆଡିସ୍ନାଲ ଏସ୍ପି କେବି ଜେନା, ବେଗୁନିଆ ବ୍ଳକ ଚେୟାର ମ୍ୟାନ ଜାନକୀ ସ୍ୱାଇଁ, ବୋଲଗଡ ବ୍ଳକ ଚେୟାର ମ୍ୟାନ ଗୋପାଳ ବେହେରା ପ୍ରମୁଖ ଅତିଥିଭାବେ ଯୋଗଦେଇ ନୁତନ ଫାଣ୍ଡି ଗୃହ ଉଦ୍‍ଘାଟନ କରିଥିଲେ। ଫାଣ୍ଡି ଅଧିକାରୀ ପୁର୍ଣ୍ଣଚନ୍ଦ୍ର ଜେନା ପରିଚାଳନାରେ ସହେଯାଗ କରିଥିବା ବେଳେ ସମାଜସେବୀ ରତ୍ନାକର ମହାପାତ୍ର, ସୁରଜ ପ୍ରସାଦ ସୁବୁଦ୍ଧି, ସରପଞ୍ଚ ଅର୍ଜୁନ ସାହୁ ପ୍ରମୁଖ ବହୁ ମାନ୍ୟଗଣ୍ୟ ବକ୍ତି ଉପସ୍ଥିତ ଥିଲେ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories