www.samajalive.in
Saturday, December 6, 2025
26.1 C
Bhubaneswar

ଖୋଲା ମେଲା କ୍ବାରେଣ୍ଟାଇନ୍ ସେଣ୍ଟର, ନା ଅଛି ଫାଟକ ନା ଅଛି ପାଚେରୀ

ସମାଜ ପୋର୍ଟାଲ ଡେସ୍କ : ମହାମାରୀ କରୋନା ମୁକାବିଲା କରିବା  ପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି କରୁଛନ୍ତି । ଏହାରି ମଧ୍ୟରେ ଲକ୍ ଡାଉନରେ ବିଭିନ୍ନ ରାଜ୍ୟରେ ଫଶି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ରାଜ୍ୟକୁ ଫେରାଇ ଆଣି ସେମାନଙ୍କୁ କ୍ବାରେଣ୍ଟାଇନରେ ରଖିବାର ମଧ୍ୟ ବ୍ୟବସ୍ଥା କରାଯାଇଛି । ପ୍ରବାସୀ ମାନଙ୍କ କ୍ବାରେଣ୍ଟାଇନ ପାଇଁ ରାଜ୍ୟର ବିଭିନ୍ନ ପଞ୍ଚାୟତରେ ଥିବା ସ୍କୁଲ ମାନଙ୍କରେ କ୍ବାରେଣ୍ଟାଇନ ସେଣ୍ଟରମାନ ପ୍ରସ୍ତୁତ କରାଯାଇଛି । କିନ୍ତୁ ବର୍ତ୍ତମାନ କ୍ବାରେଣ୍ଟାଇନ ସେଣ୍ଟରରେ ସୁରକ୍ଷା ବନ୍ଦୋବସ୍ତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଜ୍ୟର ବ୍ରହ୍ମପୁର ଓ କଟକର ବାଙ୍କୀ ଭଳି କେତେକ ସ୍ଥାନରେ କ୍ବାରେଣ୍ଟାଇନ ସେଣ୍ଟରକୁ ପ୍ରବାସୀଙ୍କ ପରିବାର ଲୋକ ଭେଟିବାକୁ ଯାଉଥିବା ବେଳେ ଘରୁ ଖାଦ୍ୟ ମଧ୍ୟ ନେଇ ଦେଉଥିବା ଦେଖିବାକୁ ମିଳିଛି । ଏଭଳି ପରିସ୍ଥିତିରେ କ୍ବାରେଣ୍ଟାଇନ ସେଣ୍ଟରରେ କଡା ସୁରକ୍ଷା ବନ୍ଦୋବସ୍ତ କରିବାକୁ ଦାବି ହେଉଥିବା ବେଳେ କେନ୍ଦ୍ରାପଡା ଜିଲା ରାଜକନିକା କୋଇଲିପୁର ପଞ୍ଚାୟତରେ ଦେଖିବାକୁ ମିଳିଛି ଖୋଲା ମେଲା କ୍ବାରେଣ୍ଟାଇନ ସେଣ୍ଟର । ଏହି କ୍ବାରେଣ୍ଟାଇନ ସେଣ୍ଟରରେ ନା ଅଛି ପାଚେରୀ ନା ଅଛି ଫାଟକ । ଯାହା ଫଳରେ ଖୋଲା ମେଲାରେ ଥିବା ଏହି କ୍ବାରେଣ୍ଟାଇନ ସେଣ୍ଟରରକୁ ନେଇ ସ୍ଥାନୀୟ ଲୋକ ଭୟଭିତ ହୋଇ ଅଛନ୍ତି । ସରକାର କହୁଛନ୍ତି ପ୍ରବାସୀ ରହୁଥିବା କ୍ବାରେଣ୍ଟାଇନ ସେଣ୍ଟରକୁ କୌଣସି ଲୋକ ପ୍ରବେଶ କରିପାରିବେ ନାହିଁ , କିମ୍ବା କୌଣସି ପ୍ରବାସୀ କ୍ବାରେଣ୍ଟାଇନ କେନ୍ଦ୍ରରୁ ବାହାରକୁ ଯାଇ ପାରିବେ ନାହିଁ । କିନ୍ତୁ ଯେଉଁଠି କ୍ବାରେଣ୍ଟାଇନ ସେଣ୍ଟର ଖୋଲାମେଲା ରହିଛି ସେଠାରେ କିଏ ଦିନ ରାତି ସୁରକ୍ଷା ଦେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟ ହୋଇଛି ।

- Advertisement -

ସୂଚନା ଅନୁସାରେ ରାଜକନିକା ବ୍ଲକ କୋଇଲିପୁର ପଞ୍ଚାୟତର ନରେନ୍ଦ୍ର ଗୁଞ୍ଜରୀ ବିଦ୍ୟାପୀଠରେ ପ୍ରସ୍ତୁତ ହୋଇଛି ଅସ୍ଥାୟୀ କ୍ବାରେଣ୍ଟାଇନ ସେଣ୍ଟର । ଏହି ଅସ୍ଥାୟୀ କ୍ବାରେଣ୍ଟାଇନ ସେଣ୍ଟରରେ ୬୦ ଟି ବେଡ୍ ରହିଛି ।  କିନ୍ତୁ କ୍ବାରେଣ୍ଟାଇନ ସେଣ୍ଟର ପ୍ରସ୍ତୁତ ହୋଇଥିବା ଏହି ବିଦ୍ୟାଳୟର ଚାରିପାଖ ଖୋଲା ମେଲା ରହିଛି । ଏହି ସ୍କୁଲକୁ ଲାଗି ଏକ ମାର୍କେଟ ରହିଛି, ଯେଉଁଠି ସ୍ଥାନୀୟ ଲୋକମାନେ ପରିବା ,ମାଛ,ମାଂସ ଇତ୍ୟାଦି ପାଇଁ ସର୍ବଦା ନିର୍ଭର କରନ୍ତି । ଏପରି ପରିସ୍ଥିତିରେ କ୍ବାରେଣ୍ଟାଇନ ସେଣ୍ଟର କରାଯାଇଥିବା ଏହି ବିଦ୍ୟାଳୟ ପରିସରକୁ ଆବଦ୍ଧ କରିବାକୁ ସ୍ଥାନୀୟ ସରପଞ୍ଚ କୌଣସି ପଦକ୍ଷେପ ମଧ୍ୟ ନେଇ ନାହାନ୍ତି । ଖୋଲା ମେଲା ଥିବା ଏହି କ୍ବାରେଣ୍ଟାଇନ ସେଣ୍ଟରକୁ ବର୍ତ୍ତମାନ କୌଣସି ପ୍ରବାସୀ ରହିବାକୁ ଆସିନଥିଲେ ମଧ୍ୟ ଆଉ ଦୁଇ ଦିନ ମଧ୍ୟରେ ଆସିବେ ବୋଲି ସୂଚନା ମିଳିଛି । ଏପରି ପରିସ୍ଥିତିରେ ପ୍ରବାସୀ ଆସିବା ପୂର୍ବରୁ ବିଦ୍ୟାଳୟ ପରିସରକୁ ଆବଦ୍ଧ କରିବା ସହ ଗେଟ୍ ଲଗାଇବା ବ୍ୟବସ୍ଥା କରିବାକୁ ସ୍ଥାନୀୟ ଅଞ୍ଚଳରେ ଦାବି କରାଯାଉଛି । 

କିଛି ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ପ୍ରବାସୀ ଏହି କ୍ବାରେଣ୍ଟାଇନ ସେଣ୍ଟରକୁ ଆସିବା ପରେ ସେମାନଙ୍କ ପରିବାର ଲୋକ ସେମାନଙ୍କୁ ଭେଟିବାକୁ ଆସିବା ସହ ସେମାନେ ରାତିରେ ଲୁଚି ଘରକୁ ଯିବାର ବହୁ ଆଶଙ୍କା ରହିଛି । ଏଣୁ ଯଥାଶିଘ୍ର ପ୍ରଶାସନ କ୍ବରେଣ୍ଟାଇନ ସେଣ୍ଟର ହୋଇଥିବା ନରେନ୍ଦ୍ର ଗୁଞ୍ଜରୀ ବିଦ୍ୟାପୀଠ ପରିସରକୁ ଆବଦ୍ଧ କରିବା ସହ କଡା ସୁରକ୍ଷା ବ୍ୟବସ୍ଥା ପାଇଁ ବନ୍ଦୋବସ୍ତ କରନ୍ତୁ । ଯାହା ଦ୍ବାରା ସ୍ଥାନୀୟ ଅଞ୍ଚଳର ଲୋକ ସୁରକ୍ଷିତ ରହିପାରିବେ ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories