www.samajalive.in
Tuesday, December 9, 2025
15.1 C
Bhubaneswar

ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା

ନୂଆଦିଲ୍ଲୀ : ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ସହିତ ବିଜେପି ମଧ୍ୟପ୍ରଦେଶ ଓ ରାଜସ୍ଥାନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଦଳ ପକ୍ଷରୁ କଂଗ୍ରେସ ଶାସିତ ରାଜ୍ୟ ରାଜସ୍ଥାନର ୪୧ ଓ ଛତିଶଗଡ଼ର ୬୪ ଏବଂ ବିଜେପି ଶାସିତ ରାଜ୍ୟ ମଧ୍ୟପ୍ରଦେଶର ୫୭ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାଣଙ୍କ ନାମ ପ୍ରଥମ ଦୁଇ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ନ ଥିବା ନେଇ ସୃଷ୍ଟି ହୋଇଥିବା ଆଶଙ୍କା ଦୂର ହୋଇଛି। ତାଙ୍କୁ ବୁଧନି ଆସନରୁ ପ୍ରାର୍ଥୀ କରାଯାଇଛି। ରାଜସ୍ଥାନ ପ୍ରାର୍ଥୀ ତାଲିକାରେ ୭ ଜଣ ସାଂସଦ ରାଜ୍ୟବର୍ଦ୍ଧନ ସିଂହ ରାଠୋର, ଦୀୟା କୁମାରୀ, ଭଗୀରଥ ଚୌଧରୀ, ବାବା ବାଳକନାଥ, ହଂସରାଜ ମୀଣା, କିରୋଦି ଲାଲ ମୀଣା, ଦେବଜୀ ପଟେଲ ଓ ନରେନ୍ଦ୍ର କୁମାରଙ୍କ ନାମ ରହିଛି। ଦଳ ଏହି ରାଜ୍ୟରେ ଗୁଜ୍ଜର ଓ ମୀଣା ସମ୍ପ୍ରଦାୟର ଭୋଟ୍‌ ହାସଲ ପାଇଁ ଲକ୍ଷ୍ୟ ରଖିଛି। ସବୁଠୁ ଗୁରୁତ୍ବପୂଣ୍ତର୍ଣ୍ଣ ହେଉଛଇ, ପ୍ରାର୍ଥୀ ତାଲିକାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କ ନାମ ନାହିଁ। ବିଜେପି ତାଙ୍କ ବଦଳରେ ରାଜ ପରିବାର ସଦସ୍ୟ ଦୀୟା କୁମାରୀଙ୍କୁ ପ୍ରୋତ୍ସାହିତ କରୁଥିବା କୁହାଯାଉଛି। ଛତିଶଗଡ଼ ପ୍ରାର୍ଥୀ ତାଲିକାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡା ରମଣ ସିଂହ ଓ ପ୍ରଦେଶ ବିଜେପି ସଭାପତି ଅରୁଣ ସାଉଙ୍କ ନାମ ରହିଛି। ପୂର୍ବରୁ ବିଜେପି ତିନି କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ପ୍ରହଲ୍ଲାଦ ଜୋଷୀ ଓ ଫଗନ ସିଂହ କୁଲାସ୍ତେଙ୍କ ସମେତ ୪ ସାଂସଦଙ୍କୁ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories