www.samajalive.in
Thursday, December 11, 2025
15.1 C
Bhubaneswar

ପାଇଲଟ-ଗେହଲଟ ବିବାଦ: ଶୁଣାଣି ସୋମବାର, ଦୁଇ ପକ୍ଷର ୪ ଓକିଲଙ୍କ ଫି ଦିନକୁ ଦେଢ଼ କୋଟିରୁ ଅଧିକ

ରାଜସ୍ଥାନ ରାଜନୀତି ସରଗରମ । କଂଗ୍ରେସର ବିଦ୍ରୋହୀ ନେତା ସଚିନ ପାଇଲଟ ଓ ତାଙ୍କର ୧୯ ସମର୍ଥକଙ୍କୁ ଦିଆଯାଇଥିବା ନୋଟିସ ବିରୋଧରେ ଆସନ୍ତା କାଲି ହେବ ଶୁଣାଣି । ଏହି ଶୁଣାଣି କାଳରେ ୩ ବରିଷ୍ଠ ଆଇନଜୀବୀ ହରିଶ ସାଲଭେ, ଅଭିଷେକ ମନୁ ସିଘଭି ଓ ମୁକୁଲ ରୋହତଗୀ ନିଜନିଜର ମହକିଲଙ୍କ ପକ୍ଷ ରଖିବେ । ରାଜସ୍ଥାନର ପୂର୍ବ ଉପମୁଖ୍ୟମନ୍ତ୍ରୀ ରାଜେଶ ପାଇଲଟଙ୍କ ପକ୍ଷରୁ ପୂର୍ବତନ ସଲିସିଟର ଜେନେରାଲ ହରିଶ ସାଲଭେ ଓ ମୁକୁଲ ରୋହତଗୀ ଲଢ଼ୁଥିବାବେଳେ ବିଧାନସଭା ବାଚସ୍ପତି ସି.ପି.ଯୋଶୀ କଂଗ୍ରେସର ବରିଷ୍ଠ ନେତା ତଥା ଆଇନଜୀବୀ ଅଭିଷେକ ମନୁ ସିଂଘଭିଙ୍କୁ ଓକିଲ ଭାବରେ ନିଯୁକ୍ତି ଦେଇଛନ୍ତି । ସେହିପରି ରାଜସ୍ଥାନର ଆଟର୍ଣ୍ଣି ଜେନେରାଲ ଏମ.ଏସ୍.ସିଂଘଭୀ ମଧ୍ୟ ରାଜ୍ୟ ସରକାରଙ୍କ ପ୍ରତିନିଧିତ୍ବ କରିବେ।

ଆଇନ ସମ୍ପର୍କରେ ଜ୍ଞାନ ରଖୁଥିବା ବ୍ୟକ୍ତିମାନଙ୍କ ସୂଚନା ଅନୁସାରେ ସାଲଭେ, ରୋହତଗୀ ଓ ସିଂଘଭୀଙ୍କର ଗୋଟିଏ ଗୋଟିଏ ଦିନର ଫି ୪୦ରୁ ୫୦ ଲକ୍ଷ ଟଙ୍କା । ସେହିପରି ରାଜସ୍ଥାନର ଆଟର୍ଣି ଜେନେରାଲ ଏମ.ଏସ୍.ସିଂଘଭୀ ମଧ୍ୟ ସ୍ବତନ୍ତ୍ର ମାମଲାଗୁଡ଼ିକରେ ଦିନକୁ ୧୧ରୁ ୧୫ ଲକ୍ଷ ଟଙ୍କା ଫି ନେଇଥଆନ୍ତି । ଅର୍ଥାତ୍ ୪ ଓକିଲଙ୍କ ପାଇଁ ପ୍ରତ୍ୟେକ ଦିନ ଦୁଇ ପକ୍ଷ ଅନ୍ୟୂନ ଦେଢ଼ କୋଟିରୁ ଅଧିକ ଟଙ୍କା ଫି ଦେଉଛନ୍ତି ।

ପାଇଲଟଙ୍କ ପକ୍ଷରୁ ଲଢ଼ୁଥିବା ହରିଶ ସାଲଭେ ଏବେ ଭାରତରେ ନାହାନ୍ତି । ସେ ଲଣ୍ଡନରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ତାଙ୍କର ପକ୍ଷ ରଖିବେ । ପୂର୍ବତନ ସଲିସିଟର ଜେନେରାଲ ପାକିସ୍ତାନ ଜେଲରେ ବନ୍ଦୀଥିବା ଭାରତୀୟ ନୌସେନାର ପୂର୍ବ ଅଧିକାରୀ କୁଳଭୂଷଣ ଯାଧବ ମାମଲାରେ ଭାରତ ସରକାରଙ୍କ ପକ୍ଷରୁ ଆନ୍ତର୍ଜାତିକ ଅଦାଲତରେ ପକ୍ଷ ରଖିଥିଲେ । ସେହିପରି ହିଟ୍ ଏଣ୍ଡ ରନ୍ ମାମଲାରେ ଚିତ୍ରତାରକା ସଲମନ ଖାଁଙ୍କୁ ବଞ୍ଚାଇବାରେ ସାଲଭେଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories