www.samajalive.in
Friday, December 12, 2025
17.1 C
Bhubaneswar

ରାହୁଲ ନାରାଜ, ସଚିନ ପାଇଲଟ ହୋଇପାରନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ

ଜୟପୁର/ନୂଆଦିଲ୍ଲୀ: ରାଜସ୍ଥାନ କଂଗ୍ରେସ ପାର୍ଟିରେ ସଙ୍କଟ ବଢ଼ିବାରେ ଲାଗିଛି। ଲୋକସଭା ନିର୍ବାଚନରେ ବିପର୍ଯ୍ୟୟ ନେଇ ଆତ୍ମ ମନ୍ଥନ ଓ ବିଶ୍ଳେଷଣ କରିବା ଦାବି ଉଠିବା ପରେ ଏଭଳି ସଙ୍କଟ ଦେଖାଦେଇଛି। ରାଜସ୍ଥାନ ପ୍ରଦେଶ କଂଗ୍ରସ କମିଟିର ଜଣେ ସଚିବ କହିଛନ୍ତି, ଗତ ୫ ବର୍ଷରେ ସଚିନ ପାଇଲଟଙ୍କ ଉଦ୍ୟମ ଯୋଗୁ ଦଳ ବିଧାନସଭା ନିର୍ବାଚନରେ ସଫଳତା ହାସଲ କରିଛି ତେଣୁ ଦଳର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ସଚିନ ପାଇଲଟଙ୍କୁ, ଅଶୋକ ଗେହେଲଟଙ୍କ ବଦଳରେ ମୁଖ୍ୟମନ୍ତ୍ରୀ କରାଯାଉ। ଜୟପୁରରୁ ପ୍ରତିଦ୍ବନ୍ଦିତା କରିଥିବା ପ୍ରାର୍ଥୀ ଜ୍ୟୋତି ଖଣ୍ଡେଲୱାଲ ମଧ୍ୟ ସମାନ ଦାବି କରିଛନ୍ତି।

ପ୍ରଦେଶ ସଚିବ ସୁଶୀଲ ଆସୋପା କହିଛନ୍ତି ଯେ ଯଦି ଗତ ବର୍ଷ ବିଧାନସଭା ନିର୍ବାଚନ ଫଳାଫଳ ପରେ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ଦାଇତ୍ୱ ଦିଆଯାଇ ଥାନ୍ତା, ଏବେ ଲୋକସଭା ଫଳ ଅଲଗା ହୋଇଥାନ୍ତା। ଅଶୋକ ଗେହେଲଟଙ୍କ ମନ୍ତ୍ରିମଣ୍ଡଳର ଦୁଇ ମନ୍ତ୍ରୀ ମଧ୍ୟ ଦଳର ନିରାଶଜନକ ପ୍ରଦର୍ଶନ ନେଇ ସମୀକ୍ଷା କରିବାକୁ ଦାବି କରିଛନ୍ତି। ମନ୍ତ୍ରୀ ରମେଶ ମୀନା କହିଛନ୍ତି ଯେ ବ୍ଲକ ସ୍ତରରୁ ଆରମ୍ଭ କରି ରାଜ୍ୟ ସ୍ତର ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ଠାରୁ ପ୍ରସ୍ତାବ ଗ୍ରହଣ କରାଯାଇ ବିଶ୍ଳେଷଣ କରାଯିବା ଆବଶ୍ୟକ। ସେ କହିଛନ୍ତି, ବିଶ୍ଳେଷଣର ପ୍ରସଙ୍ଗ ଦଳ ହାଇକମାଣ୍ଡ ରାହୁଲ ଗାନ୍ଧୀଙ୍କୁ ଦିଆଯାଉ ଓ ତାଙ୍କ ନିଷ୍ପତ୍ତି ଅନୁଯାୟୀ କାର୍ଯ୍ୟ କରିବେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories