www.samajalive.in
Saturday, December 6, 2025
16.1 C
Bhubaneswar

ରାଜସ୍ଥାନରେ ପ୍ରବଳ ବର୍ଷା: ୨୦ ମୃତ, ସ୍କୁଲ ଛୁଟି

ଜୟପୁର: ରାଜସ୍ଥାନରେ ଶନିବାରଠାରୁ ପ୍ରବଳ ବର୍ଷା ଲାଗି ରହିଥିବାବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାଜନିତ ଘଟଣାରେ ୨୦ ଜଣଙ୍କର ପ୍ରାଣହାନି ଘଟିଛି। ବର୍ଷା ଯୋଗୁଁ ଜୟପୁର, କରାଉଲି, ସଓନ୍ବାଇ ମାଧୋପୁର ଏବଂ ଦୌସା ଭଳି ଜିଲାର ଅଧିକାଂଶ ସ୍ଥାନ ଜଳମଗ୍ନ ହୋଇପଡିଛି। ଏହି ପରିପ୍ରେକ୍ଷୀରେ ଏହି ଜିଲାଗୁଡିକରେ ସୋମବାର ସବୁ ସ୍କୁଲକୁ ବନ୍ଦ ଘୋଷଣା କରାଯାଇଛି। ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ କାର୍ଯ୍ୟାଳୟ (ଆଇଏମଡି) ପକ୍ଷରୁ ସତର୍କତା ଜାରି କରାଯାଇଛି। ବର୍ଷା ଯୋଗୁଁ ଜୟପୁର ନିକଟସ୍ଥ କାନୋଟା ଡ୍ୟାମରେ ବୁଡି ଯାଇ ୫ ଜଣ ଯୁବକ ପ୍ରାଣ ହରାଇଛନ୍ତି। ଭରତପୁର ଜିଲାର ଶ୍ରୀନଗର ଗ୍ରାମରେ ବାଣଗଙ୍ଗା ନଦୀରେ ବୁଡି ୭ ଜଣ ବାଳକଙ୍କର ମୃତ୍ୟୁ ଘଟିଛି। ଜୟପୁର ଗ୍ରାମାଞ୍ଚଳରେ ମାଶି ନଦୀରେ ଏକ ବାଇକ୍‌ ଭାସିଯିବାରୁ ୨ ଜଣ ଆରୋହୀ ପ୍ରାଣ ହରାଇଛନ୍ତି। ଡୁଡୁ ସହରରେ ଦୁଇ ଜଣ ବ୍ୟକ୍ତି ନାଳରେ ପଡିଯାଇ ପ୍ରାଣ ହରାଇଥିବାବେଳେ ବିୱାର ଗ୍ରାମରେ ପୋଖରୀରେ ଗାଧୋଉଥିବାବେଳେ ୨ ଜଣ ବୁଡିଯାଇଛନ୍ତି। କେକ୍ରିଠାରେ ଜଣେ ବ୍ୟକ୍ତି ବନ୍ୟାଜଳରେ ଭାସିଯାଇଥିବାବେଳେ କରାଉଲିରେ ଘର ଭୁଶୁଡି ବାପପୁଅ ପ୍ରାଣ ହରାଇଛନ୍ତି। ବାରାପୁରା ଗ୍ରାମରେ ଜଣେ ୧୨ ବର୍ଷର ବାଳିକା ଏବଂ ଜଣେ ନର୍ସିଂ ଛାତ୍ର ବୁଡିଯାଇ ପ୍ରାଣ ହରାଇଛନ୍ତି। ରବିବାର ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି। ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ଘଟି ୩ ଜଣ ପ୍ରାଣ ହରାଇଥିବାବେଳେ ଜଣେ ନିଖୋଜ ଥିବା ଜଣାପଡିଛି। ଉନା ଜିଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ଏହି ଜିଲାର ବାଥୁ ବାଥ୍ରି ଗ୍ରାମରେ ଆକସ୍ମିକ ବନ୍ୟା ଯୋଗୁଁ ଭୂସ୍ଖଳନ ଘଟିଥିବା କୁହାଯାଇଛି। ବେଲା-ବାଥ୍ରି ବାଥୁ ଶିଳ୍ପାଞ୍ଚଳରେ ବନ୍ୟାଜଳ ପ୍ରବେଶ କରିବାରୁ କେତେକ କାରଖାନାରେ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ଗଡଶଙ୍କର ରୋଡରେ ଥିବା ଏକ ପେଟ୍ରୋଲ ପମ୍ପ ଭାସିଯାଇଥିବା ଜଣାପଡିଛି। ଉନା ବ୍ୟତୀତ ସିରମୌର, କିନ୍ନୌର ଜିଲାର ବିଭିନ୍ନ ସ୍ଥାନରେ ମଧ୍ୟ ଭୂସ୍ଖଳନ ଘଟିଥିବା ସୂଚନା ମିଳିଛି। ରବିବାର ରାତିରୁ ବର୍ଷା ଲାଗି ରହିଥିବାରୁ ରାଜଧାନୀ ଦିଲ୍ଲୀ ଏବଂ ଗୁରୁଗ୍ରାମ ଭଳି ସହରରେ ସାଧାରଣ ଜୀବନଯାତ୍ରା ବିପର୍ଯ୍ୟସ୍ତ ହୋଇପଡିଛି। ରାସ୍ତାଘାଟରେ ପାଣି ଜମିଥିବାରୁ ଯାତାୟାତରେ ବ୍ୟାପକ ଅସୁବିଧା ପରିଲକ୍ଷିତ ହୋଇଛି। ଆଇଏମଡି ପକ୍ଷରୁ ଦିଲ୍ଲୀ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଟ୍ରେନ ଓ ବିମାନସେବା ମଧ୍ୟ ପ୍ରଭାବିତ ହୋଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories