www.samajalive.in
Sunday, December 7, 2025
26.1 C
Bhubaneswar

୭୭ ରନ୍‌ କରି ବିରାଟ କୋହଲୀ ଆଉଟ୍‌, ବ୍ୟାଟରେ ନ ବାଜି ଅମ୍ପିୟାରଙ୍କ ନିଷ୍ପତି ପୂର୍ବରୁ ପାଭିଲିୟନ ଫେରିଲେ

ମାଞ୍ଚେଷ୍ଟର .- ଭାରତ ପାକିସ୍ତାନ ମଧ୍ୟରେ ଚାଲିଥିବା ବିଶ୍ୱକପ୍‌ କ୍ରିକେଟ ଓ୍ୱାର୍ଲଡ କପ୍‌ରେ ବର୍ଷା ଯୋଗୁଁ ମ୍ୟାଚ ବାଧା ପ୍ରାପ୍ତ ହୋଇଥିଲା । ଏହାପରେ ମ୍ୟାଚ ଆରମ୍ଭ ହେବାପରେ ଅଧିନାୟକ ବିରାଟ କୋହଲୀ ଆଉଟ୍‌ ହୋଇଯାଇଥିଲେ । ସେ ମହମ୍ମଦ ଅମିରଙ୍କ ବୋଲିଂରେ ମୁଣ୍ଡ ଉପରେ ଦେଇ ଯାଉଥିବା ବଲ୍‌କୁ ମାରିବା ପାଇଁ ଚେଷ୍ଟା କରିଥିଲେ। ବ୍ୟାଟରେ ନବାଜି ବି ଅମ୍ପିୟାରଙ୍କ ନିଷ୍ପତ୍ତି ପୂର୍ବରୁ ସେ ପାଭିଲିୟନ ଫେରିଯାଇଥିଲେ । । ୪୬ . ୪ ଓଭର୍‌ରେ ବର୍ଷା ଯୋଗୁଁ ମ୍ୟାଚ ରୋକା ଯାଇଥିଲା । ଏହି ସମୟରେ ଭାରତ ୪ ଓ୍ୱିକେଟ୍‌ ବିନିମିୟରେ ୩୦୫ ରନ୍‌ କରିଥିଲା ।
ଇଂଲଣ୍ଡରେ ଚାଲିଥିବା ବିଶ୍ୱକପ୍‌ କ୍ରିକଟ୍‌ର ସବୁଠାରୁ ରୋମାଞ୍ଚକର ଭାରତ ଓ ପାକିସ୍ତାନ ମ୍ୟାଚରେ ରୋହିତ ଶର୍ମା ବିସ୍ପୋରକ ବ୍ୟାଟିଂ କରି ଶତକ ହାସଲ କରିଛନ୍ତି। ସେ ୮୫ଟି ବଲ୍‌ରେ ଶତକ ହାସଲ କରିଛନ୍ତି । ୯ଟି ଚୌକା ଓ ୩ଟି ଛକା ସାହାଯ୍ୟରେ ସେ ଶତକ ହାସଲ କରିଛନ୍ତି । ୧୧୩ ବଲ୍‌ରେ ସେ ୧୪୦ରନ୍‌ କରି ଆଉଟ ହୋଇଛନ୍ତି । ସେହିପରି ଭାରତୀୟ ଅଧିନାୟକ ବିରାଟ କୋହଲୀ ଅର୍ଦ୍ଧ ଶତକ ହାସଲ କରିଛନ୍ତି ।
ଏହି ମ୍ୟାଚରେ ଟସ୍‌ ଜିତି ପାକିସ୍ତାନ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି । ଏହି ମ୍ୟାଚରେ ଭାରତ ସମସ୍ତଙ୍କର ଫେଭରାଇଟ୍‌ ରହିଛି । ହେଲେ ବର୍ଷା ମ୍ୟାଚରେ ବାଧକ ସାଜି ପାରେ ବୋଲି ଅନୁମାନ କରାଯାଉଥିଲା । ୪୦.୨ ଓଭର୍‌ରେ ଭାରତ ୨୫୦ ରନ୍‌ କରିଥିଲା । ପରେ ହାର୍ଦିତ ପାଣ୍ଡ୍ୟା ୧୯ ବଲ୍‌ରେ ୨୬ ରନ୍‌ କରି ଆଉଟ୍‌ ହୋଇଛନ୍ତି ।

ଇଂଲଣ୍ଡରେ ଚାଲିଥିବା ବିଶ୍ୱକପ୍‌ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେଉଛି । ୧୩୬ ରନ୍‌ରେ ଭାରତର ପ୍ରଥମ ଓ୍ୱିକେଟ୍‌ର ପତନ, ୭୮ ବଲ୍‌ରେ ୫୭ ରନ୍‌ କରି କେଏଲ୍‌ ରାହୁଲ୍‌ ଆଉଟ୍‌ ହୋଇଛନ୍ତି ।
ଏହି ପିଚ୍‌ ବୋଲରଙ୍କୁ ସୁହାଇବ ବୋଲି ଆକଳନ କରାଯାଉଛି । କେଏଲ୍‌ ରାହୁ,ଲ ହ୍ୱାଇଦ୍‌ ରିୟାଜଙ୍କ ବଲ୍‌ରେ ବାବ,ର ଆଜମଙ୍କୁ କ୍ୟାଚ ଦେଇଥିଲେ ।୭୮ ବଲ୍‌ରେ ୫୭ ରନ୍‌ କରି କେଏଲ୍‌ ରାହୁଲ୍‌ ଆଉଟ୍‌ ହୋଇଛନ୍ତି ସେ ୩ଟି ଚୌକା ଓ ୨ଟି ଛକା ମାରିଛନ୍ତି

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories