www.samajalive.in
Monday, December 8, 2025
13.1 C
Bhubaneswar

ପାକିସ୍ତାନକୁ ୩୩୭ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ

ମାଞ୍ଚେଷ୍ଟର .- ଭାରତ ପାକିସ୍ତାନ ମଧ୍ୟରେ ଚାଲିଥିବା ବିଶ୍ୱକପ୍‌ କ୍ରିକେଟ ଓ୍ୱାର୍ଲଡ କପ୍‌ରେ ବର୍ଷା ଯୋଗୁଁ ମ୍ୟାଚ ବାଧା ପ୍ରାପ୍ତ ହୋଇଥିଲା । ଏହି ବର୍ଷା ବାଧକ ମ୍ୟାରେ ଭାରତ ପାକିସ୍ତାନକୁ ୩୩୭ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି । ଭାରତ ନିର୍ଦ୍ଧାରିତ ୫୦ ଓଭର୍‌ରେ ୫ ଓ୍ୱିକେଟ୍‌ ହରାଇ ୩୩୬ ରନ୍‌ କରିଥିଲା ଅଧିନାୟକ ବିରାଟ କୋହଲୀ ୭୭ ରନ୍‌ କରିଥିବାବେଳେ ରୋହିତ ଶର୍ମା ୧୪୦ ରନ୍‌ କରିଛନ୍ତି । ବର୍ଷା ପରେ ମ୍ୟାଚ ଆରମ୍ଭ ହେବାପରେ ଅଧିନାୟକ ବିରାଟ କୋହଲୀ ଆଉଟ୍‌ ହୋଇଯାଇଥିଲେ । ସେ ମହମ୍ମଦ ଅମିରଙ୍କ ବୋଲିଂରେ ମୁଣ୍ଡ ଉପରେ ଦେଇ ଯାଉଥିବା ବଲ୍‌କୁ ମାରିବା ପାଇଁ ଚେଷ୍ଟା କରିଥିଲେ। ବ୍ୟାଟରେ ନବାଜି ବି ଅମ୍ପିୟାରଙ୍କ ନିଷ୍ପତ୍ତି ପୂର୍ବରୁ ସେ ପାଭିଲିୟନ ଫେରିଯାଇଥିଲେ । । ୪୬ . ୪ ଓଭର୍‌ରେ ବର୍ଷା ଯୋଗୁଁ ମ୍ୟାଚ ରୋକା ଯାଇଥିଲା । ଏହି ସମୟରେ ଭାରତ ୪ ଓ୍ୱିକେଟ୍‌ ବିନିମିୟରେ ୩୦୫ ରନ୍‌ କରିଥିଲା ।
ଇଂଲଣ୍ଡରେ ଚାଲିଥିବା ବିଶ୍ୱକପ୍‌ କ୍ରିକଟ୍‌ର ସବୁଠାରୁ ରୋମାଞ୍ଚକର ଭାରତ ଓ ପାକିସ୍ତାନ ମ୍ୟାଚରେ ରୋହିତ ଶର୍ମା ବିସ୍ପୋରକ ବ୍ୟାଟିଂ କରି ଶତକ ହାସଲ କରିଛନ୍ତି। ସେ ୮୫ଟି ବଲ୍‌ରେ ଶତକ ହାସଲ କରିଛନ୍ତି । ୯ଟି ଚୌକା ଓ ୩ଟି ଛକା ସାହାଯ୍ୟରେ ସେ ଶତକ ହାସଲ କରିଛନ୍ତି । ୧୧୩ ବଲ୍‌ରେ ସେ ୧୪୦ରନ୍‌ କରି ଆଉଟ ହୋଇଛନ୍ତି । ସେହିପରି ଭାରତୀୟ ଅଧିନାୟକ ବିରାଟ କୋହଲୀ ଅର୍ଦ୍ଧ ଶତକ ହାସଲ କରିଛନ୍ତି ।
ଏହି ମ୍ୟାଚରେ ଟସ୍‌ ଜିତି ପାକିସ୍ତାନ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି । ଏହି ମ୍ୟାଚରେ ଭାରତ ସମସ୍ତଙ୍କର ଫେଭରାଇଟ୍‌ ରହିଛି । ହେଲେ ବର୍ଷା ମ୍ୟାଚରେ ବାଧକ ସାଜି ପାରେ ବୋଲି ଅନୁମାନ କରାଯାଉଥିଲା । ୪୦.୨ ଓଭର୍‌ରେ ଭାରତ ୨୫୦ ରନ୍‌ କରିଥିଲା । ପରେ ହାର୍ଦିତ ପାଣ୍ଡ୍ୟା ୧୯ ବଲ୍‌ରେ ୨୬ ରନ୍‌ କରି ଆଉଟ୍‌ ହୋଇଛନ୍ତି ।

ଇଂଲଣ୍ଡରେ ଚାଲିଥିବା ବିଶ୍ୱକପ୍‌ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେଉଛି । ୧୩୬ ରନ୍‌ରେ ଭାରତର ପ୍ରଥମ ଓ୍ୱିକେଟ୍‌ର ପତନ, ୭୮ ବଲ୍‌ରେ ୫୭ ରନ୍‌ କରି କେଏଲ୍‌ ରାହୁଲ୍‌ ଆଉଟ୍‌ ହୋଇଛନ୍ତି ।
ଏହି ପିଚ୍‌ ବୋଲରଙ୍କୁ ସୁହାଇବ ବୋଲି ଆକଳନ କରାଯାଉଛି । କେଏଲ୍‌ ରାହୁ,ଲ ହ୍ୱାଇଦ୍‌ ରିୟାଜଙ୍କ ବଲ୍‌ରେ ବାବ,ର ଆଜମଙ୍କୁ କ୍ୟାଚ ଦେଇଥିଲେ ।୭୮ ବଲ୍‌ରେ ୫୭ ରନ୍‌ କରି କେଏଲ୍‌ ରାହୁଲ୍‌ ଆଉଟ୍‌ ହୋଇଛନ୍ତି ସେ ୩ଟି ଚୌକା ଓ ୨ଟି ଛକା ମାରିଛନ୍ତି ।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories