www.samajalive.in
Saturday, December 13, 2025
26.1 C
Bhubaneswar

ମୁମ୍ବଇ ସୁଧୁରୁଛି; ଦକ୍ଷିଣ ଭାରତ ଉବୁଟୁବୁ

ତିରୁଅନନ୍ତପୁରମ୍‌/ବେଙ୍ଗାଲୁରୁ/ମୁମ୍ବଇ : ମୁମ୍ବଇରେ ଗତ ତିନି ଦିନ ଧରି ଲାଗିରହିଥିବା ବର୍ଷା ଶୁକ୍ରବାର ସାମାନ୍ୟ ଥମିଥିବାବେଳେ ଦକ୍ଷିଣ ଭାରତରେ ଏହା ତାଣ୍ଡବଲୀଳା ରଚନା କରିଛି। ମୁମ୍ବଇ ମହାନଗରୀରେ ଶୁକ୍ରବାର ସକାଳୁ ପାଣି ହ୍ରାସ ପାଇଥିବାବେଳେ ପରିସ୍ଥିତିରେ ସୁଧାର ଆସିଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ବିଭିନ୍ନ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ ପୂର୍ବକ ସ୍ଥିତି ସମୀକ୍ଷା କରିଛନ୍ତି। ଦୁର୍ଗତଙ୍କୁ ସହାୟତା ଜାରି ରଖିବାକୁ ସେ ନିର୍ଦେଶ ଦେଇଛନ୍ତି। ଯାନବାହନ ଚଳାଚଳ କିଛି ମାତ୍ରାରେ ସ୍ବାଭାବିକ ହୋଇଛି। କୋଲାପୁର ଅନ୍ତର୍ଗତ ପଞ୍ଚଗଙ୍ଗା ନଦୀରେ ବନ୍ୟା ଆସିବା ଫଳରେ ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛି। ଅପରପକ୍ଷରେ ଦକ୍ଷିଣ ଭାରତରେ ବର୍ଷା ଓ ବନ୍ୟା ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। କେରଳର ୬ଟି ଜିଲାରେ ଗତ ତିନି ଦିନ ଧରି ବର୍ଷା ଲାଗିରହିଥିବା​ବେ​‌େ​‌ଳ ଶୁକ୍ରବାରଠାରୁ ଭୟଙ୍କର ରୂପ ନେଇଛି। ମାଲାପୁରମ୍‌ରେ ମଧ୍ୟ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି।
କର୍ଣ୍ଣାଟକର ଦକ୍ଷିଣ ଓ ଉତ୍ତର କନ୍ନଡ଼ ସହ ଚିକ୍‌ମାଗାଲୁର ତଥା ସିମୋଗା ଜିଲାରେ ବର୍ଷା ଓ ବନ୍ୟା ପରିସ୍ଥିତି ଗୁରୁତର ଆକାର ଧାରଣ କରିଛି। କାବେରୀ ନଦୀ କୋଡାପୁ ଜିଲାର ନାପୋକ୍ଲୁଠାରେ କୂଳ ଲଙ୍ଘିଛି।
ସେହିଭଳି ହାସାନ, ମାଲନାଡ କରୋନା ସଂକ୍ରମଣ ଯୋଗୁଁ ଚିକିତ୍ସାଧୀନ ଥିବା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌ ୟେଦୁରପ୍ପା ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଆବଶ୍ୟକ ଜରୁରୀକାଳୀନ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି। ବିଭିନ୍ନ ସ୍ଥାନରେ ଏନ୍‌ଡିଆରଏଫ୍‌କୁ ନିୟୋଜିତ କରାଯାଇଥିବାବେଳେ ରିଲିଫ କେନ୍ଦ୍ର ସ୍ଥାପନ କରାଯାଇଛି। କୋଡାଗୁ ଜିଲାରେ ବନ୍ୟା ପରିସ୍ଥିତି ଗୁରୁତର ଥିବାବେଳେ ଟୁଙ୍ଗା ନଦୀରେ ବନ୍ୟା ଆସି ତଳକାବେରୀ ଅଞ୍ଚଳରେ ଭୂସ୍ଖଳନ ଘଟିଛି। ଏଠାରେ ଥିବା ପ୍ରସିଦ୍ଧ ତଳକାବେରୀ ମନ୍ଦିରର ମୁଖ୍ୟ ପୂଜକଙ୍କ ସମେତ ତାଙ୍କ ପରିବାରର ୫ ସଦସ୍ୟ ନିଖୋଜ ଥିବା ପ୍ରକାଶ। ସେମାନଙ୍କ ମଧ୍ୟରେ ପୂଜକଙ୍କ ପତ୍ନୀ, ଦୁଇ ପୁଅ ଓ ଜଣେ ସମ୍ପର୍କୀୟ ଅଛନ୍ତି। ଏନ୍‌ଡିଆରଏଫ ଯବାନମାନେ ସେମାନଙ୍କ ସନ୍ଧାନ କରୁଛନ୍ତି। ବନ୍ଦିପୁରା ଜାତୀୟ ଉଦ୍ୟାନରେ ବନ୍ୟା ଜଳ ପ୍ରବେଶ କରିବା ପରେ ଏହାକୁ ସାମୟିକ ବନ୍ଦ କରିଦିଆଯାଇଛି। କେ.ଆର ସାଗର ନଦୀବନ୍ଧ ବନ୍ୟା ଜଳରେ ପୂର୍ଣ୍ଣ ହୋଇଯିବା ପରେ ଏଥିରୁ ପାଣି ଛାଡ଼ିବାକୁ ପ୍ରଶାସନ ଚିନ୍ତା କରୁଛି। ଏଥିପାଇଁ ମାଣ୍ଡ୍ୟା ଜିଲାରେ ସତର୍କ ସୂଚନା ଜାରି କରାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories