www.samajalive.in
Sunday, December 14, 2025
26.1 C
Bhubaneswar

ନିଷ୍ଠାପର ସେବା ପାଇଁ ରେଳ କର୍ମଚାରୀ ପୁରସ୍କୃତ

ସମ୍ବଲପୁର : ପୂର୍ବତଟ ରେଳବାଇ ଅର୍ନ୍ତଗତ ସମ୍ବଲପୁର ରେଳ ମଣ୍ଡଳରେ କାର୍ଯ୍ୟରତ ରେଳ କର୍ମଚାରୀମାନଙ୍କୁ ସେମାନଙ୍କର ନିଷ୍ଠାପର ସେବା ପାଇଁ ପୁରସ୍କୃତ କରାଯାଇଛି। ସମ୍ବଲପୁର ରେଳ ମଣ୍ଡଳ ଅର୍ନ୍ତଗତ ବରଗଡ ରୋଡ ଷ୍ଟେସନରେ କାର୍ଯ୍ୟରତ ଟିପିଏମ – ଏ କର୍ମଚାରୀ ସୁରେଶ ମାଝୀ ଓ ଟିଟିଲାଗଡ ଷ୍ଟେସନରେ କାର୍ଯ୍ୟରତ ଟେକନିସିଆନ ଅନ୍ତା ନାଗଙ୍କୁ ରେଳ ନିରାପତ୍ତା ପ୍ରତି ସଜାଗ, ସୁରକ୍ଷିତ ରେଳ ଚଳାଚଳ ପ୍ରତି କର୍ତ୍ତବ୍ୟ ନିଷ୍ଠା ଓ ନିରାପତ୍ତା ନିୟମ ଉପରେ ଭଲ ଦଖଲ ପାଇଁ ପୁରସ୍କୃତ କରାଯାଇଛି। ଉଭୟ କର୍ମଚାରୀଙ୍କ କର୍ତ୍ତବ୍ୟ ପ୍ରତି ନିଷ୍ଠା ଓ ସମର୍ପଣ ମାନ୍ୟତା ସ୍ୱରୂପ ମଣ୍ଡଳ ରେଳ ପ୍ରବନ୍ଧକ ବିନୀତ ସିଂ ପ୍ରମାଣପତ୍ର ସହିତ ନଗଦ ରାଶି ଦେଇ ସମ୍ମାନୀତ କରିଛନ୍ତି। ଏହି ଅବସରରେ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ଆନନ୍ଦ ସିଂ, ବରିଷ୍ଠ ପରିଚାଳନା ପ୍ରବନ୍ଧକ ତନ୍ମୟ ମୁଖୋପାଧ୍ୟାୟ, ବରିଷ୍ଠ ଯାନ୍ତ୍ରିକ ଯନ୍ତ୍ରୀ ପରସରାମ ପୁରିଆ, ବରିଷ୍ଠ ନିରାପତ୍ତା ଅଧିକାରୀ ସମ୍ବିତ ସୌରଭ ନାୟକ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories