www.samajalive.in
Wednesday, December 10, 2025
26.1 C
Bhubaneswar

ରେଳ ଷ୍ଟେସନରେ ବ୍ଲେଡରେ ବେକ କାଟି ଜଣେ ଗୁରୁତର

ବ୍ରହ୍ମପୁର .- ବ୍ରହ୍ମପୁର ରେଳ ଷ୍ଟେସନରେ ଜଣେ ବ୍ୟକ୍ତି ବେକ କାଟି ଆତ୍ମହତ୍ୟା ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି।  ଆସ୍କା ମହାରାଜା ପୁରର ଏହି ବ୍ୟକ୍ତି ଜଣଙ୍କ ସୁରତରେ ଶ୍ରମିକ ଭାବେ କାମ କରୁଥିଲେ । ଶୁକ୍ରବାର ସକାଳେ ସେ ସୁରତରୁ ପ୍ରାୟ ବର୍ଷେ ପରେ ଫେରିଥିଲେ। ବ୍ରହ୍ମପୁର ରେଳ ଷ୍ଟେସନ ନିକଟରେ ପହଞ୍ଚିବା ପରେ ନିଜ ବ୍ୟାଗରେ ରଖିଥିବା ଏକ ବ୍ଲେଡରେ ନିଜ ବେକକୁ କାଟି ଦେଇଥିଲେ ବୋଲି ରେଳବାଇ ପୁଲିସ ସୂଚନା ଦେଇଛି ।

ଏହାପରେ ସେଠାରେ ଥିବା ଲୋକ ରେଳ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ । ସେମାନେ ତୁରନ୍ତ ଏକ ଆମ୍ବୁଲାନ୍ସର ବ୍ୟବସ୍ଥାକରିବା ସହ ନିକଟସ୍ଥ ଏକ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ତେବେ ସେ କାହିଁ ବେକକୁ ବ୍ଲେଡରେ କାଟିଲେ  ରେଳବାଇ ପୁଲିସ ସେ ସମ୍ପର୍କରେ ତଦନ୍ତ କରୁଛି ।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories