ରେଳ ଧାରଣା ଉପରେ ଛିଡା ହୋଇ ରାବଣ ପୋଡି ଦେଖିବାବେଳେ  ଟ୍ରେନ ଧକ୍କାରେ ୫୦  ଜଣଙ୍କର ମୃତ୍ୟୁ!

0

ଅମୃତସର . – ପଞ୍ଜାବର ଅମୃତସରରେ ଅମୃତସର ଓ ଦିଲ୍ଲୀ ରାଜପଥରେ ଆୟୋଜିତ ରାବଣ ପୋଡିକୁ ଜୋଡା ଫାଟକ ନିକଟ ରେଳ ଧାରଣ ଉପରେ ଛିଡା ହୋଇ ଦେଖୁଥିବା ବେଳେ ଦର୍ଶକମାନଙ୍କ ଉପରେ ଟ୍ରେନ ଚଢି ଯିବାରୁ ପ୍ରାୟ ୫୦ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନା ମିଳିଛି । ରାବଣ ପୋଡି ସମୟରେ ବାଣ ଶଦ୍ଦରେ ଲୋକମାନେ ଟ୍ରେନ ଆସୁଥିବାର ଶଦ୍ଦ ଶୁଣି ପାରି ନଥିଲେ । ଏହି କାରଣରୁ ରେଳ ଧାରଣ ଉପରେ ଛିଡା ହୋଇଥିବା ଲୋକମାନଙ୍କ ଉପରେ ଟ୍ରେନ ଚଢିଯାଇଥିଲା ।

ଏହି ସମୟରେ ୭୦୦ରୁ ୮୦୦ ଲୋକ ସେଠାରେ ଉପସ୍ଥିତ ଥିଲେ । ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇ ପାରେ ବୋଲି ଆଶଙ୍କା କରାଯାଉଛି ।

Leave A Reply