www.samajalive.in
Saturday, December 13, 2025
26.1 C
Bhubaneswar

ଭୁବନେଶ୍ବର ବିମାନ ବନ୍ଦରରୁ ଜବତ ହେଲା ୪୮ ଖଣ୍ଡ ସୁନା

ଭୁବନେଶ୍ବେର : କିଛି ଦିନ ବ୍ୟବଧାନପରେ ପୁଣି ସୋମବାର ଭୁବନେଶ୍ବର ବିମାନ ବନ୍ଦରରୁ ସୁନା ଖଣ୍ଡ ଜବତ କରାଯାଇଛି। ଜବତ ହୋଇଥିବା ସୁନାର ମୂଲ୍ୟ ପ୍ରାୟ ୯ଲକ୍ଷ ଟଙ୍କା ହେବ।

ସୂଚନା ଅନୁଯାୟୀ, ମାଲେସିଆରୁ ଜଣେ ତାମିଲନାଡୁ ବ୍ୟକ୍ତି ୪୮ ଖଣ୍ଡ ସୁନା ଏକ ହ୍ୟାଣ୍ଡବ୍ୟାଗରେ ଧରି ଆସୁଥିଲେ। ଖବର ପାଇ ଏୟାର ଇଣ୍ଟେଲିଜେନ୍ସ ଉକ୍ତ ବ୍ୟକ୍ତିଙ୍କ ଠାରୁ ସୁନା ଜବତ କରିଥିଲା। ଜବତ ହୋଇଥିବା ୪୮ ଖଣ୍ଡ ସୁନାର ଓଜନ ୨୧୫ ଗ୍ରାମ ହୋଇଥିବାବେଳେ ଏହାର ଆନୁମାନିକ ମୂଲ୍ୟ ୯ ଲକ୍ଷ ଟଙ୍କା ହୋଇଥିବା ଜଣାପଡ଼ିଛି।

- Advertisement -

ସେହିପରି, ଗତବର୍ଷ ନମ୍ଭେମ୍ବର ମାସରେ ଭୁବନେଶ୍ବର ବିମାନ ବନ୍ଦରରୁ ୧ କେଜି ୩୧୦ ଗ୍ରାମର ୨ ଖଣ୍ଡ ସୁନା ବିସ୍କୁଟ ଓ ଗୋଲ୍ଡ ଡଷ୍ଟ ଜବତ କରାଯାଇଥିଲା। କ୍ବାଲାଲମପୁରରୁ ଭୁବନେଶ୍ବର ଆସୁଥିବା ଏୟାର ଏସିଆ ବିମାନ ଯାତ୍ରୀଙ୍କ ଠାରୁ ଏହି ସୁନାକୁ ଏୟାର କଷ୍ଟମ ବିଭାଗ ଜବତ କରିଥିଲା। ଯାତ୍ରୀ ଜଣଙ୍କ କେରଳର ହୋଇଥିବା ଜଣାପଡିଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories