www.samajalive.in
Friday, December 5, 2025
23.1 C
Bhubaneswar

ରାହୁଲ ଗାନ୍ଧୀ ଆମକୁ ଧମକ ଦେବା ଠିକ୍‍ ନୁହେଁ, କଂଗ୍ରେସର ବୟାନକୁ ପର୍ଦ୍ଦାଫାଶ କଲେ ନିର୍ବାଚନ କମିଶନ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ନିର୍ବାଚନ କମିଶନଙ୍କୁ ଉପରେ ଭୋଟ ଚୋରି ଅଭିଯୋଗ ଏବଂ ଧମକାଇବା ଭଳି ବୟାନ ଦେବା କଂଗ୍ରେସ ସାଂସଦ ତଥା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ଭାରି ପଡିବାକୁ ଯାଉଛି । ରାହୁଲଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ତାଙ୍କ ବୟାନ ଭ୍ରମାତ୍ମକ ବୋଲି କହିଛନ୍ତି ନିର୍ବାଚନ କମିଶନ । ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ ବାରମ୍ବାର ଆମକୁ ଧମକାଉଛନ୍ତି । ଏହା ରାହୁଲଙ୍କ ଅତ୍ୟନ୍ତ ଦାୟିତ୍ୱହୀନ ମନ୍ତବ୍ୟ । କମିଶନ ପୂର୍ବ ନିର୍ବାଚନକୁ ଉଲ୍ଲେଖ କରି ରାହୁଲ ଗାନ୍ଧୀଙ୍କ ବୟାନର ପର୍ଦ୍ଦାଫାସ କରିଛନ୍ତି । କଂଗ୍ରେସ ଦେତା ରାହୁଲ ଗାନ୍ଧୀ ଭୋଟର ସଂଶୋଧନ (ଏସଆଇଆର) ଉପରେ ବୟାନ ଦେଇ କହିଥିଲେ ଯେ ଏହି ପ୍ରକ୍ରିୟା ଭୋଟ ଚୋରି ପାଇଁ କରାଯାଇଛି । ଏହି ଚୋରିରେ ନିର୍ବାଚନ କମିଶନ ମଧ୍ୟ ସାମିଲ ଅଛନ୍ତି । ଏହାର ପ୍ରମାଣ ତାଙ୍କ ପାଖରେ ଥିବା ରାହୁଲ ଗଣମାଧ୍ୟମରେ କହିଥିଲେ ।
ଆପଣଙ୍କୁ କହି ରଖୁଛୁ ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିହାରରେ ହୋଇଥିବା ଏସଆଇଆରକୁ ଭୋଟ ଚୋରି ପ୍ରକ୍ରିୟା ବୋଲି କହିଥିଲେ । ସେ କହିଥିଲେ ଯେ ନିର୍ବାଚନ କମିଶନ ମଧ୍ୟ ଭୋଟ ଚୋରିରେ ସାମିଲ ଅଛନ୍ତି । ୧୦୦ପ୍ରତିଶତ ପ୍ରମାଣ ସହିତ ଏହା କହୁଛି । ତଦନ୍ତରେ ନିର୍ବାଚନ କମିଶନ ସାହାଯ୍ୟ କରୁନାହିଁନ୍ତି । ଆମେ ୬ମାସ ସମୟ ନେଇ ତଦନ୍ତ କରିଛୁ । ରାହୁଲ ଦାବି କରି କହିଛନ୍ତି ଯେ ତଦନ୍ତରୁ ସେ ଯାହା ପାଇଛନ୍ତି ତାହା ଏକ ପରମାଣୁ ବୋମା ।  ନିର୍ବାଚନ କମିଶନରେ ଯିଏ ଏହି କାମ କରୁଛି, ଆମେ ସେମାନଙ୍କୁ ଛାଡିବୁ ନାହିଁ । କାରଣ କମିଶନ ଭାରତ ବିରୋଧରେ କାମ କରୁଛନ୍ତି ।

ସେପଟେ ରାହୁଲଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନ ସମାପ୍ତ ହେବାର ୧ବର୍ଷରୁ ଅଧିକ ସମୟ ବିତିଗଲାଣି । ନିର୍ବାଚନ ଫଳାଫଳ ବିରୋଧରେ ୧୦ଟି ଆବେଦନ ଗ୍ରହଣ କରାଯାଇଥିଲା । କିନ୍ତୁ କୌଣସି କଂଗ୍ରେସ ପ୍ରାର୍ଥୀ କୌଣସି ବି ଆପତ୍ତି ଦାଖଲ କରିନଥିଲେ । କମିଶନ କହିଛନ୍ତି ଯେ ଜନପ୍ରତିନିଧିତ୍ୱ, ୧୯୫୧ର ଧାରା ୮୦ ଅନୁଯାୟୀ ନିର୍ବାଚନ ଫଳାଫଳକୁ ଚ୍ୟାଲେଞ୍ଜ କରିବାର ଅଧିକାର ପ୍ରଦାନ କରିଥାଏ । ଏହାସହିତ କମିଶନ କହିଛନ୍ତି ଯେ ଭୋଟର ତାଲିକାର ଡ୍ରାଫ୍ଟ ଏବଂ ଚୂଡାନ୍ତ ତାଲିକା ସମସ୍ତ ରାଜନୈତିକ ଦଳ ଏବଂ କଂଗ୍ରେସ ଦଳକୁ ମଧ୍ୟ ଦିଆଯାଇଛି । କିନ୍ତୁ କଂଗ୍ରେସ ଏହା ବିରୋଧରେ କୌଣସି ଆପତ୍ତି କରିନାହିଁ ।

Hot this week

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

Related Articles

Popular Categories