www.samajalive.in
Friday, December 5, 2025
23.1 C
Bhubaneswar

ନିଜ ଦେହରେ ନିଆଁ ଲଗାଇଲେ ପୁରୁଷ ଓ ମହିଳା, ଜୀଅନ୍ତା ଜଳି ମହିଳା ମୃତ

କରଞ୍ଜିଆ : ନିଜ ଦେହରେ ନିଆଁ ଲଗାଇ ଦେଲେ ପୁରୁଷ ଓ ମହିଳା। ଜୀଅନ୍ତା ଜଳିଗଲେ ମହିଳା । ଏଭଳି ଅଭାବନୀୟ ଘଟଣା ମୟୁରଭଞ୍ଜର କରଞ୍ଜିଆରେ ଶନିବାର ଘଟିଛି। ଖିଚିଂ କଲେଜ ସମ୍ମୁଖରେ ଏହି ଆତ୍ମାହୁତି ଉଦ୍ୟମ ହୋଇଛି । ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଏହି ଆତ୍ମାହୁତି ଉଦ୍ୟମରେ ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ ଘଟିଛି। ଜଣେ ପୁୁରୁଷ ଏଥିରେ ଗୁରୁତର ହୋଇଛନ୍ତି ।

ମୟୁରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ଖିଚିଂ ଗାଁର ପାତାସାହିରେ ଜଣେ ମହିଳା ଏବଂ ପୁରୁଷ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ବିଲ ମଝିରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଶୁକୃଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶୁକୃଳି ଡାକ୍ତରଖାନାରେ ମହିଳାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଗୁରୁତର ଆହତ ହୋଇଥିବା ପୁରୁଷ ଜଣକୁ କେନ୍ଦୁଝର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣାସ୍ଥାନରେ ରରୁଆଁ ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି। ପ୍ରାଥମିକ ତଦନ୍ତରୁ ଏହା ପ୍ରେମ ସମ୍ବନ୍ଧୀୟ ବୋଲି ଜଣାପଡିଛି।

ସ୍କୁଲ୍‌ ଫି’ ଦେଖି ହେବେ ଟେରା, ABCD ପଢିବା ପାଇଁ ଦେବାକୁ ପଡିବ ମାସକୁ ୨୧ ହଜାର..

- Advertisement -

 

Hot this week

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

Related Articles

Popular Categories