www.samajalive.in
Wednesday, December 10, 2025
14.1 C
Bhubaneswar

ମୋଦୀ ସାଙ୍ଗିଆ ମାମଲା ; ଗୁଜରାଟ ହାଇକୋର୍ଟରୁ ରାହୁଲଙ୍କୁ ଝଟକା

ନୂଆଦିଲ୍ଲୀ : ଗୁଜରାଟ ହାଇକୋର୍ଟରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଶୁକ୍ରବାର ଝଟକା ମିଳିଛି। ମୋଦୀ ସାଙ୍ଗିଆ ମାମଲାରେ ରାହୁଲ ଗାନ୍ଧୀଙ୍କୁ ମିଳିଲାନି ଆଶ୍ୱସ୍ତି। ତଳ କୋର୍ଟଙ୍କ ରାୟକୁ ବଜାୟ ରଖିଲେ ଗୁଜରାଟ ହାଇକୋର୍ଟ। ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ କାଏମ ରହିଛି। ସଂସଦର ସଦସ୍ୟତା ମଧ୍ୟ ରାହୁଲ ଫେରି ପାଇବେନି। ରାହୁଲ ଗାନ୍ଧୀ କରିଥିବା ପୁନର୍ବିଚାର ଆବେଦନ ଖାରଜ ହୋଇଛି। ସୁରତ ସେସନ୍ସ କୋର୍ଟ ରାୟ ବିରୋଧରେ ହାଇକୋର୍ଟ ଯାଇଥିଲେ ରାହୁଲ ଗାନ୍ଧୀ। ହାଇକୋର୍ଟ ରାୟ ପରେ ଏହାକୁ ବିରୋଧ କରି କଂଗ୍ରେସ କର୍ମୀ ନାରାବାଜି କରିଛନ୍ତି।
ସୂଚନାଯୋଗ୍ୟ, ୨୦୧୯ ଏପ୍ରିଲ ୧୩ ତାରିଖରେ କର୍ଣ୍ଣାଟକ କୋଲାରରେ ନିର୍ବାଚନୀ ପ୍ରଚାର ବେଳେ ରାହୁଲଙ୍କ ମନ୍ତବ୍ୟକୁ ନେଇ ବିରୋଧ ହୋଇଥିଲା। ଏହି ମନ୍ତବ୍ୟକୁ ନେଇ ଗୁଜରାଟର ତତ୍କାଳୀନ ମନ୍ତ୍ରୀ ପୁର୍ଣ୍ଣେଶ ମୋଦି କଡା ଆପତ୍ତି ଉଠାଇଥିଲେ। ଏହାସହ ଏତଲା ଦେଇଥିଲେ। ଏହାପରେ ରାହୁଲଙ୍କ ବିରୋଧରେ ଅପରାଧିକ ମାନହାନୀ ମାମଲା ରୁଜୁ ହୋଇଥିଲା। ମାର୍ଚ୍ଚ ୨୩ରେ ମାମଲାର ଚୂଡାନ୍ତ ରାୟ ସୁରତ ଜୁଡିସିଆଲ୍‌‌ ମାଜିଷ୍ଟ୍ରେଟ୍‌‌ ପ୍ରକାଶ କରିଥିଲେ । ୨ ବର୍ଷ ଜେଲ୍‌‌ ଦଣ୍ଡାଦେଶ ଶୁଣାଇଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories