www.samajalive.in
Thursday, December 11, 2025
14.1 C
Bhubaneswar

ଫେସବୁକ୍‍-ବିଜେପି ସମ୍ପର୍କକୁ ନେଇ ରାହୁଲଙ୍କ ସମାଲୋଚନା

ନୂଆଦିଲ୍ଲୀ : ଫେସବୁକ୍‍ ସହିତ ବିଜେପିର ସମ୍ପର୍କକୁ ନେଇ କେନ୍ଦ୍ର ସରକାରଙ୍କୁ ପୁଣି ସମାଲୋଚନା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଟାଇମ୍‍ ପତ୍ରିକାରେ ପ୍ରକାଶ ପାଇଥିବା ରିପୋର୍ଟ ଆଧାରରେ ରାହୁଲ କହିଛନ୍ତି ସୋସିଆଲ ମିଡିଆରେ ଘୃଣ୍ୟ ବର୍ତ୍ତା ପ୍ରସାରକୁ ରୋକିବାରେ ଫେସବୁକ୍‍ ବିଫଳ ହୋଇଛି। ଶନିବାର ରାହୁଲ ଟୁଇଟ୍‍ କରିଛନ୍ତି ‘ଆମେରିକାର ଟାଇମ୍‍ ପତ୍ରିକା ଫେସବୁକ୍‍-ବିଜେପି ସମ୍ପର୍କକୁ ପଦାରେ ପକାଇଛି। ଭାରତର ୪୦କୋଟି ଲୋକ ହ୍ୱାଟ୍ସଆପ୍‍ ବ୍ୟବହାର କରୁଛନ୍ତି। ମୋଦୀ ସରକାରଙ୍କୁ ଅର୍ଥ ଦେଇ ହ୍ୱାଟ୍ସଆପ୍‍ ଅନୁମୋଦନ ଲାଭ କରିବାକୁ ଚାହୁଁଛି।’ ଟାଇମ୍‍ ପତ୍ରିକା ଲେଖିଛି ଫେସବୁକ୍‍ ଘୃଣ୍ୟ ମନ୍ତବ୍ୟ ପ୍ରକାଶନକୁ ରୋକିବାରେ ବିଫଳ ହୋଇଛି। ବିଜେପି ନେତାଙ୍କ କେତେକ ଘୃଣ୍ୟ ମନ୍ତବ୍ୟ ଫେସବୁକ୍‍ର ନିୟମକୁ ଉଲ୍ଲଙ୍ଘନ କରିଥିବାବେଳେ ଏହାକୁ ରୋକିବାରେ ବିଫଳ ହୋଇଛି। ବିଜେପି ନେତାଙ୍କ କ୍ଷେତ୍ରରେ ପକ୍ଷପାତିତା ନୀତି ପାଇଁ ଭାରତର ଫେସବୁକ୍‍ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କଂଗ୍ରେସ ମାର୍କ ଜୁକରବର୍ଗଙ୍କୁ ପତ୍ର ଲେଖିଛି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories