ସମାଜ ଡିଜିଟାଲ ଡେସ୍କ: ଇନ୍ଦୋରର ରାଜା ରଘୁବଂଶୀ ହତ୍ୟା ମାମଲାରେ ନୂଆ ମୋଡ ଆସିଛି । ରାଜାଙ୍କୁ ହତ୍ୟା ଘଟଣାରେ ସୋନମଙ୍କୁ ସମର୍ଥନ କରି ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ଆକାଶ ଓ ଆନନ୍ଦ ମାଜିଷ୍ଟ୍ରେଟ୍ ସମ୍ପୁଖରେ ସେମାନଙ୍କର ଅପରାଧ ସ୍ୱୀକାର କରିନାହାଁନ୍ତି । ପୂର୍ବରୁ ମେଘାଳୟ ପୁଲିସ ଦାବି କରିଥିଲା ଯେ ସମସ୍ତ ଅଭିଯୁକ୍ତ ସେମାନଙ୍କର ଅପରାଧ ସ୍ୱୀକାର କରିଛନ୍ତି । ତଥାପି, ମେଘାଳୟ ଏସଆଇଟି ମୁଖ୍ୟ କହିଛନ୍ତି ଯେ ଉଭୟ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିବା ପାଇଁ ସେମାନଙ୍କ ପାଖରେ ଏପର୍ଯ୍ୟନ୍ତ ପର୍ଯ୍ୟାପ୍ତ ପ୍ରମାଣ ରହିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ସୋନମ ଏବେ ଏହି ମାମଲାରୁ ଖସିଯିବେ ପାଇବେ କି । କାରଣ ଅଭିଯୁକ୍ତମାନେ ସେମାନଙ୍କର ବୟାନ ବଦଳାଉଛନ୍ତି । ସେପଟେ କିନ୍ତୁ ଏସଆଇଟି ଦେଇଥିବା ବୟାନରୁ ସେଭଳି କିଛି ହେଲା ଭଳି ଲାଗୁନାହିଁ ।
Popular Categories



