ଚୌଦ୍ୱାର : ମହାନ୍ ସଂଗ୍ରାମୀ, ପୂର୍ବତନ ମନ୍ତ୍ରୀ, ଲୋକ ସେବକ ମଣ୍ଡଳର ପୂର୍ବତନ ସଭାପତି ପଦ୍ମଭୂଷଣ ଡ.ରାଧାନାଥ ରଥଙ୍କ ଶ୍ରାଦ୍ଧୋତ୍ସବ ଚୌଦ୍ୱାର ପ୍ରେସ୍ କ୍ଲବରେ ପାଳିତ ହୋଇ ଯାଇଛି। ପ୍ରେସ୍କ୍ଲବ୍ ସଭାପତି ତଥା ହିନ୍ଦ୍ ସେବକ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାମୋଦର ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ଶିକ୍ଷାବିତ୍ କୈଳାସ ଚନ୍ଦ୍ର ବରାଳ, ସାମ୍ବାଦିକ ଗଙ୍ଗାଧର ସାହୁ, କ୍ଲବ୍ ଉପଦେଷ୍ଟା ଏସ୍.କେ.ପଣ୍ଡା, ସାମ୍ବାଦିକ ଆଶୁତୋଷ ଦାସ, ପ୍ରକାଶ କୁମାର ନାୟକ, ସୁଧାକର ସାମନ୍ତରାୟ, ଲକ୍ଷ୍ମୀଧର ଦାସ, ତପନ କୁମାର ସାହୁ, ଡାଳିଯୋଡ଼ା ସାହିତ୍ୟ ସଂସଦ ସଭାପତି କେ.ସି.ପ୍ରତାପସିଂହ, ଶିକ୍ଷାବିତ୍ ଶିବ ପ୍ରସାଦ ପତି, ସମାଜିକ କର୍ମୀ ସହଦେବ ବରାଳ, ସୁରେଶ ଚନ୍ଦ୍ର ପୃଷ୍ଟି, ରଘୁନାଥ ସ୍ୱାଇଁ ପ୍ରମୁଖ ସ୍ୱର୍ଗତ ରଥଙ୍କ ଜୀବନୀ ବିଷୟରେ ଆଲୋଚନା କରି ଓଡ଼ିଶାର ସର୍ବାଙ୍ଗୀନ ବିକାଶରେ ସ୍ୱର୍ଗତ ରଥଙ୍କ ଅବଦାନ ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ।
Popular Categories



