www.samajalive.in
Saturday, December 6, 2025
16.1 C
Bhubaneswar

ଡି କକ୍‍ ଚଳିତ ବର୍ଷର ଶ୍ରେଷ୍ଠ ଦ. ଆଫ୍ରିକା କ୍ରିକେଟର

ଜୋହାନସବର୍ଗ : ଦକ୍ଷିଣ ଆଫ୍ରିକା ଦିନିକିଆ ଓ ଟ୍ୱେଣ୍ଟି-୨୦ ଦଳର ଅଧିନାୟକ କ୍ୱିଣ୍ଟନ ଡି କକ୍‍ଙ୍କୁ ୨୦୧୯ ବର୍ଷ ପାଇଁ ଦେଶର ସର୍ବଶ୍ରେଷ୍ଠ କ୍ରିକେଟର ପୁରସ୍କାର ମିଳିଛି। ବହୁତଦିନ ଘୁଞ୍ଚିବା ପରେ ଶନିବାର ରାତିରେ ଭିଡିଓ କନ୍‍ଫରେନ୍‍ସିଂ ଜରିଆରେ ଦକ୍ଷିଣ ଆଫ୍ରିକାର ବାର୍ଷିକ କ୍ରିକେଟ୍‍ ପୁରସ୍କାର ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ବାମହାତି ଆକ୍ରମଣାତ୍ମକ ବ୍ୟାଟ୍‍ସମ୍ୟାନ୍‍ ଓ ୱିକେଟ ରକ୍ଷକ କ୍ୱିଣ୍ଟନ୍‍ ଡି କକ୍‍ଙ୍କୁ ବର୍ଷର ସର୍ବଶ୍ରେଷ୍ଠ କ୍ରିକେଟର ପୁରସ୍କାର ମିଳିଥିଲା।
ଦକ୍ଷିଣ ଆଫ୍ରିକା କ୍ରିକେଟ୍‍ ବୋର୍ଡ (ସିଏସ୍‍ଏ) ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଡି କକ୍‍ଙ୍କୁ ବର୍ଷର ସର୍ବଶ୍ରେଷ୍ଠ ଟେଷ୍ଟ କ୍ରିକେଟର ପୁରସ୍କାର ମଧ୍ୟ ମିଳିଥିଲା। ୨ୟ ଥର ପାଇଁ କ୍ୱିଣ୍ଟନ୍‍ ଡି କକ୍‍ଙ୍କୁ ବର୍ଷର ସର୍ବଶ୍ରେଷ୍ଠ କ୍ରିକେଟର ପୁରସ୍କାର ମିଳିଛି। ୨୦୧୭େରେ ଡି କକ୍‍ ଏହି ପୁରସ୍କାର ପାଇଥିଲେ। ୨୧ ବର୍ଷ ବୟସ୍କା ଓପ୍‍ନର ଲୌରା ଉଲ୍‍ଭାର୍ଟଙ୍କୁ ବର୍ଷର ଶ୍ରେଷ୍ଠ ମହିଳା କ୍ରିକେଟର ଓ ଶ୍ରେଷ୍ଠ ମହିଳା ଦିନିକିଆ କ୍ରିକେଟର ପୁରସ୍କାର ମିଳିଥିଲା। ଫାଷ୍ଟବୋଲର ଲୁଙ୍ଗି ଏନ୍‍ଗିଡ଼ିଙ୍କୁ ବର୍ଷର ଶ୍ରେଷ୍ଠ ଦିନିକିଆ ଓ ଟ୍ୱେଣ୍ଟି୨୦ କ୍ରିକେଟର ପୁରସ୍କାର ମିଳିଛି। ଦର୍ଶକଙ୍କ ପସନ୍ଦର କ୍ରିକେଟର ପୁରସ୍କାର ପାଇଛନ୍ତି ବାମହାତି ବିସ୍ଫୋରକ ବ୍ୟାଟ୍‍ସମ୍ୟାନ୍‍ ଡେଭିଡ୍‍ ମିଲର। ଗତବର୍ଷ ଭାରତ ବିପକ୍ଷରେ ଟେଷ୍ଟ ଜୀବନ ଆରମ୍ଭ କରିଥିବା ଏବଂ ଇଂଲଣ୍ଡ ବିପକ୍ଷରେ ଏକ ଟେଷ୍ଟ ଇନିଂସରେ ୫ଟି ୱିକେଟ ନେଇଥିବା ଯୁବ ଫାଷ୍ଟବୋଲର ଆନ୍‍ରିଚ ନୋର୍ଜେଙ୍କୁ ଦେଶର ଶ୍ରେଷ୍ଠ ନବାଗତ ଆନ୍ତର୍ଜାତିକ କ୍ରିକେଟର ପୁରସ୍କାର ମିଳିଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories