www.samajalive.in
Thursday, December 11, 2025
26.1 C
Bhubaneswar

ରାଣୀ ଏଲିଜାବେଥ୍‍ ଦ୍ୱିତୀୟଙ୍କ ବିୟୋଗରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ

ଡେସ୍କ: ବ୍ରିଟେନ୍‍ ରାଣୀ ଏଲିଜାବେଥ୍‍ ଦ୍ୱିତୀୟଙ୍କ ବିୟୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକପ୍ରକାଶ କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି, ରାଣୀ ଏଲିଜାବେଥ୍‍ ଦ୍ୱିତୀୟଙ୍କ ବିୟୋଗରେ ବିଶ୍ୱ ଜଣେ ମହାନ୍‍ ବ୍ୟକ୍ତିଙ୍କୁ ହରାଇଛି। ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସେ କହିଛନ୍ତି, ଦୀର୍ଘ ସାତ ଦଶନ୍ଧି ଧରି ସେ ବ୍ରିଟେନ୍‍ର ରାଣୀ ଭାବେ ସମଗ୍ର ବିଶ୍ୱରୁ ସମ୍ମାନ ପାଇଆସିଛନ୍ତି ଓ ତାଙ୍କର ବିୟୋଗ ସହ ଏକ ଯୁଗର ଅବସାନ ଘଟିଛି।


ଉପରାଷ୍ଟ୍ରପତି ତାଙ୍କର ବାର୍ତ୍ତାରେ କହିଛନ୍ତି ରାଣୀ ଏଲିଜାବେଥ୍‍ ଦ୍ୱିତୀୟ ପ୍ରେରଣାଦାୟୀ ନେତୃତ୍ୱ, ସମ୍ମାନ ଓ ଉଚ୍ଚକୋଟୀର ଉଦାରତାର ଛାପ ଛାଡି ଯାଇଛନ୍ତି। ତାଙ୍କର ଦୀର୍ଘକାଳୀନ ଶାସନ ସମୟରୁ ବ୍ରିଟେନ୍‍ ଅନେକ କ୍ଷେତ୍ରରେ ଅଗ୍ରଗତି ହାସଲ କରିଛି।

- Advertisement -


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ବାର୍ତ୍ତାରେ କହିଛନ୍ତି, ୨୦୧୫ ଓ ୨୦୧୮ରେ ତାଙ୍କର ବ୍ରିଟେନ୍‍ ଗସ୍ତ ସମୟରେ ସେ ରାଣୀ ଏଲିଜାବେଥ୍‍ ଦ୍ୱିତୀୟଙ୍କୁ ସାକ୍ଷାତ୍‍ କରିଥିଲେ। ସେ କହିଛନ୍ତି, ସେ କେବେ ତାଙ୍କର ସ୍ନେହ ଦୟାଭାବକୁ ଭୁଲି ପାରିବେ ନାହିଁ।ପ୍ରଧାନମନ୍ତ୍ରୀ କହିଛନ୍ତି, ତାଙ୍କ ସହ ଏକ ବୈଠକ ସମୟରେ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ତାଙ୍କୁ ତାଙ୍କର ବିବାହ ଉତ୍ସବରେ ଦିଆଯାଇଥିବା ଏକ ରୁମାଲକୁ ସେ ତାଙ୍କୁ ଦେଖାଇଥିଲେ।

Hot this week

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

Related Articles

Popular Categories