ମାଲକାନଗିରି: ଗୋଟିଏ ଗାଁରେ ଅଜଣା ରୋଗରେ ୧୦ ଦିନରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମାଥିଲି ବ୍ଲକ ହଳଦୀକୁଣ୍ଡ ଗାଁରେ ୧୦ ଦିନରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଆକ୍ରାନ୍ତଙ୍କ ଗୋଡ଼ ଫୁଲିବା ସହ ଜ୍ବର ହୋଇ ମୃତ୍ୟୁ ହେଉଥିବା ସୂଚମା ମିଳିଛି। ଏହି ଖବର ପାଇବା ପରେ ଲୋକଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଗାଁରେ ସ୍ବତନ୍ତ୍ର ଡାକ୍ତରୀ ଦଳ ପହଞ୍ଚିଛନ୍ତି। ତେବେ ଗାଁ ଲୋକଙ୍କ ଅସହଯୋଗରୁ ଆକ୍ରାନ୍ତମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଇପାରି ନାହିଁ। ଏବେ ଗାଁରେ ଆଉ ୧୦ଜଣ ଏହି ଅଜଣା ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଗାଁର ଏହି ଅଭାବନୀୟ ପରିସ୍ଥିତି ଓ ଅଜଣା ରୋଗରେ ଆକ୍ରାନ୍ତଙ୍କଠାରୁ ଫାଇଦା ଉଠାଥିବା ଜଣେ କ୍ବାକ୍କୁ ପୁଲିସ ଗିରଫ କରିଛି।
Popular Categories



