www.samajalive.in
Monday, December 8, 2025
27.1 C
Bhubaneswar

ଅହମ୍ମଦାବାଦର ସାଇନ୍ସ ସିଟି ଠାରେ ଆସନ୍ତାକାଲି କେନ୍ଦ୍ର-ରାଜ୍ୟ ବିଜ୍ଞାନ ସମ୍ମିଳନୀ, ଉଦ୍‍ଘାଟନ କରିବେ ପ୍ରଧାନମନ୍ତ୍ରୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଭିଡ଼ିଓ କନ୍‍ଫରେନ୍ସିଙ୍ଗ ଜରିଆରେ ୨ ଦିନିଆ କେନ୍ଦ୍ର-ରାଜ୍ୟ ବିଜ୍ଞାନ ସମ୍ମିଳନୀକୁ ଉଦ୍‍ଘାଟନ କରିବେ। ଏହି ସମ୍ମିଳନୀ ଅହମ୍ମଦାବାଦର ସାଇନ୍ସ ସିଟି ଠାରେ ଅନୁଷ୍ଠିତ ହେବ।

ନବୀକରଣ ଓ ଉଦ୍ୟୋଗପତି ପ୍ରତିଭା ବିକାଶ ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦ୍ୟମର ଏହା ଏକ ଅଂଶବିଶେଷ। ଏହି ବିଜ୍ଞାନ ସମ୍ମିଳନୀ କେନ୍ଦ୍ର-ରାଜ୍ୟ ସମନ୍ୱୟ ଓ ମିଳିତ ଉଦ୍ୟୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବ। ସହଯୋଗମୂଳକ ସଂଘୀୟ ବ୍ୟବସ୍ଥା ଢ଼ାଞ୍ଚାରେ ବିଜ୍ଞାନ, ବୈଷୟିକ ଜ୍ଞାନ ଓ ନବୀକରଣର ଏକ ଇକୋ ସିଷ୍ଟମ ଦେଶରେ ସୃଷ୍ଟି କରାଯିବ। ଏହି ସମ୍ମିଳନୀର ଉଦ୍‍ଯାପନୀ ଅଧିବେସନରେ ଡିଜିଟାଲ ହେଲ୍‍ଥ କେୟାର, ୨୦୩୦ ସୁଦ୍ଧା ଗବେଷଣା ଓ ବିକାଶ କ୍ଷେତ୍ରରେ ବେସରକାରୀ ପୁଞ୍ଜିନିବେଶ ଦ୍ୱିଗୁଣିତ କରିବା, କୃଷକମାନଙ୍କ ଆୟ ବୃଦ୍ଧି ପାଇଁ ବୈଷୟିକ ଜ୍ଞାନର ପ୍ରୟୋଗ ଓ ସମସ୍ତଙ୍କୁ ପ୍ରଦୂଷଣମୁକ୍ତ ଶକ୍ତି ଯୋଗାଣ ଭଳି ବିଷୟମାନ ସ୍ଥାନ ପାଇବ ବୋଲି ଜଣାପଡିଛି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories