www.samajalive.in
Thursday, December 11, 2025
15.1 C
Bhubaneswar

କାଠ ଫାଳିଆରେ ପିଟିଲେ ସଙ୍ଗରୋଧ ପ୍ରବାସୀ; ଖାଦ୍ୟ ଯୋଗାଉଥିବା ବ୍ୟକ୍ତିଙ୍କ ନାକ ଫାଟିଲା

କାଶୀପୁର (୯।୬): ରାୟଗଡା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ସୁଙ୍ଗେର ଗ୍ରାମଠାରେ ଥିବା ସଂଗରୋଧ କେନ୍ଦ୍ର ପରିସରରେ ଜଣେ ଅନ୍ତେବାସୀ ଖାଦ୍ୟ ଯୋଗାଇବାକୁ ଯାଇଥିବା ବ୍ୟକ୍ତିଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଗତ କାଲି ସନ୍ଧ୍ୟାରେ  କିଛି ଅନ୍ତେବାସୀ ଖାଦ୍ୟ ଯୋଗାଉଥିବା ବ୍ୟକ୍ତିଙ୍କୁ ରାତି ଭୋଜନ ଯୋଗାଇବାକୁ କହିଥିଲେ। ମାତ୍ର ସମୟ ହୋଇ ନ ଥିବାରୁ କିଛି ସମୟ ଅପେକ୍ଷା କରିବାକୁ ଖାଦ୍ୟ ଯୋଗାଣକାରୀ ସେମାନଙ୍କୁ ଅନୁରୋଧ କରିଥିଲା। ଏହାପରେ ଖାଦ୍ୟ ଯୋଗାଉଥିବା ବ୍ୟକ୍ତି ଖାଦ୍ୟ ସାମଗ୍ରୀ ଧରି ରାତ୍ର ୮ ଘଣ୍ଟା ସମୟରେ ସଂଗରୋଧ କେନ୍ଦ୍ରରେ ପହଞ୍ଚିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ପ୍ରଥମରୁ ଝଗଡା କରିଥିବା ଅନ୍ତେବାସୀ ଦୁଇ ମହଲା ଛାତ ଉପରୁ ଏକ ବଡ କାଠ ଫାଳିଆ ଖାଦ୍ୟ ଯୋଗାଉଥିବା ବ୍ୟକ୍ତିଙ୍କ ଉପରକୁ ଫୋପାଡିଥିଲେ। ଫଳରେ ଖାଦ୍ୟ ଯୋଗାଉଥିବା ବ୍ୟକ୍ତି ତପନ କୁମାର ବିଶ୍ବାସ ରାୟଙ୍କ ମୁହଁରେ ଗଭୀର ଆଘାତ ହୋଇଥିବା ବେଳେ ରକ୍ତ ଜୁଡୁବୁଡୁରେ ସ୍ଥାନୀୟ ଲୋକେ ତାଙ୍କୁ ପ୍ରଥମେ ସୁଙ୍ଗେର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଇ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପୁଲିସ ସହାୟତାରେ ଅଣିଥିଲେ। କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରିବା ପରେ ତାଙ୍କୁ ରାୟଗଡା ଜିଲା ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏହି ଆକ୍ରମଣରେ ବ୍ୟକ୍ତି ଜଣଙ୍କର ନାକ ହାଡ ସମ୍ପୁର୍ଣ୍ଣ ରୂପେ କ୍ଷତି ଗ୍ରସ୍ତ ହୋଇଥିବା ଚିକିତ୍ସା କରୁଥିବା ଡାକ୍ତର ରାବଡା ରାମା ରାଓ ପ୍ରକାଶ କରିଛନ୍ତି।
ଖବର ପାଇ କାଶୀପୁର ଥାନା ଅଧିକାରୀଦୁର୍ଗାମାଧବ ପ୍ରଧାନ ଏବଂ କାଶୀପୁର ଏବିଡିଓ ବଳରାମ ପାତ୍ର ଘଟଣା ସ୍ଥଳକୁ ଯାଇ ଲୋକଙ୍କୁ ବୁଝାସୁଝା କରିବା ସହିତ ଏହି କାର୍ୟ୍ୟରେ ସମ୍ପୃକ୍ତ ବ୍ୟକ୍ତି ବିରୋଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି। ଏହି ଭଳି ଘଟଣାକୁ ବୁଦ୍ଧିଜିବୀ ମହଲରେ ତିବ୍ର ନିନ୍ଦା କରାଯିବା ସହିତ ଦୋଷୀ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେବା ପାଇଁ ଦାବି କରାଯାଇଛି। ଏନେଇ ସୁଙ୍ଗେର ସରପଞ୍ଚଙ୍କ ଅଭିଯୋଗ ଅନୁଯାୟୀ କାଶୀପୁର ଥାନାରେ ମାମଲା ରୁଜୁ କରାଯାଇଥିବା କାଶୀପୁର ଥାନା ଏସଆଇ ସୂଚନା ଦେଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories