www.samajalive.in
Thursday, December 11, 2025
23.1 C
Bhubaneswar

ନିର୍ମାଣ ହେବ ବ୍ୟାଡମିଣ୍ଟନ୍ ଷ୍ଟାର ‘ପି.ଭି ସିନ୍ଧୁ’ଙ୍କ ବାୟୋପିକ୍

ମୁମ୍ବଇ : ବଲିଉଡ଼ରେ ଏବେ ବାୟୋପିକର ସୁଅ ଛୁଟୁଛି। ରାଜନୈତିକ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି କ୍ରୀଡ଼ାବିତମାନଙ୍କ ଜୀବନୀକୁ ନେଇ ଗୋଟିଏ ପରେ ଗୋଟିଏ ଚଳଚ୍ଚିତ୍ରମାନ ନିର୍ମାଣ ହେବାରେ ଲାଗିଛି। ଗତ କିଛି ବର୍ଷ ହେବ କ୍ରୀଡାବିତଙ୍କ ଉପରେ ଭାଗ ମିଲଖା ଭାଗ୍, ଶୁରମା, ମେରି କମ୍, ଏମଏସ୍ ଧୋନି ଦି ଅନଟୋଲ୍ଡ ଷ୍ଟୋରୀ ଭଳି ଚଳଚ୍ଚିତ୍ରମାନ ନିର୍ମାଣ ହୋଇସାରିଛି। ଯାହାକୁ ଦର୍ଶକମାନେ ବେଶ୍ ପସନ୍ଦ କରୁଥିବା ମଧ୍ୟ ଦେଖାଯାଇଛି।
ସୂଚନା ମୁତାବକ, ଭାରତର ପ୍ରଥମ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଆନ୍ ପିଭି ସିନ୍ଧୁଙ୍କ ଉପରେ ଏକ ବାୟୋପିକ୍ ନିର୍ମାଣ ହେବାକୁ ଯାଉଛି। ଏହି ସିନେମା ନିର୍ମାଣ କରିବେ ଅଭିନେତା ‘ସୋନୁ ସୁଦ୍’। ଏଥିପାଇଁ ସେ ଅନୁମତି ବି ପାଇ ସାରିଥିବା କହିଛନ୍ତି। ତେବେ ସିନ୍ଧୁଙ୍କ ଚରିତ୍ରରେ କିଏ ଅଭିନୟ କରିବେ, ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଅନ୍ୟପକ୍ଷରେ ସିନ୍ଧୁ ଏହି ଚରିତ୍ର ପାଇଁ ବଲିଉଡର ଆଗଧାଡିର ନାୟିକା ଦୀପିକା ପାଦୁକୋନ୍ଙ୍କୁ ବାଛିଛନ୍ତି। ତାଙ୍କ ବାୟୋପିକ୍ର ମୁଖ୍ୟ ଚରିତ୍ରରେ ଦୀପିକା ଅଭିନୟ କରନ୍ତୁ ବୋଲି ସେ ଚାହୁଁଥିବା କହିଛନ୍ତି।

Hot this week

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

Related Articles

Popular Categories