www.samajalive.in
Saturday, December 13, 2025
15.1 C
Bhubaneswar

କାର୍ଯ୍ୟରେ ଅବହେଳା କରି ନିଲମ୍ବିତ ହେଲେ ୨କନେଷ୍ଟବଳ

କଟକ:ଦାୟିତ୍ୱ ହୀନତା ଏବଂ କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହୋଇଛନ୍ତି ୨କନେଷ୍ଟବଳ। ଏହି ଦୁଇ କନେଷ୍ଟବଳ ହେଉଛନ୍ତି କାଳିଆ ସୁନା ଓ ଅଜୟ କୁମାର ପ୍ରଧାନ। ସୂଚନାଅନୁସାରେ ଗତ ୨ ତାରିଖରେ ଭୁବନେଶ୍ୱର ରୂପାଲି ଛକ ଠାରେ ଥିବା ଟ୍ରାଫିକ ପୋଷ୍ଟରେ ୨କନେଷ୍ଟବଳ ସେମାନଙ୍କ କାର୍ଯ୍ୟ ସଂପାଦନ ପାଇଁ ମୁତୟନ କରାଯାଇଥିଲା କିନ୍ତୁ ଉଭୟ କନେଷ୍ଟବଳ କାର୍ଯ୍ୟ ସଂପାଦନ ସମୟରେ ଟ୍ରାଫିକ ପୋଷ୍ଟରେ ଅନୁପସ୍ଥିତ ଥବା ଦେଖାଯାଇଥିଲା। ଟ୍ରାଫିକ ପୋଷ୍ଟରେ ସେମାନଙ୍କ ଅନୁପସ୍ଥିତ ଥିବା ହେତୁ ସେହି ସ୍ଥାନରେ ଭିଡ ନିୟନ୍ତ୍ରଣ କ୍ଷେତ୍ରରେ ଅନେକ ଜଟିଳ ସମସ୍ୟା ସୃଷ୍ଟି ହୋଇଥିଲା। ଉଭୟ କନେଷ୍ଟବଳଙ୍କ ଏପରି ଦାୟିତ୍ୱ ହୀନତା ଓ ବେପାରୁୱା କାର୍ଯ୍ୟ ପାଇଁ କମିଶନରେଟ ପୁଲିସକୁ ସର୍ବ ସାଧାରଣରେ ନିନ୍ଦିତ ହେବାକୁ ପଡିଲା।ଏହି ଘଟଣାପରେ ଭୁବନେଶ୍ୱର ଡି.ସି.ପି ଅନୁପ କୁମାର ସାହୁ ଦୁଇ କନେଷ୍ଟବଳଙ୍କୁ ନିଲମ୍ବନ କରିଥିଲେ। ଏହାପରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା ଦୁଇ କନେଷ୍ଟବଳଙ୍କ ଏଭଳି ଦାୟିତ୍ୱ ହୀନତାକୁ ଗମ୍ଭୀରତାର ସହ ନେଇ ଦୃଷ୍ଟାନ୍ତ ମୁଳକ ପଦକ୍ଷେପ ସ୍ୱରୁପ ଉଭୟଙ୍କୁ ନିଲମ୍ବନ ଅବସ୍ଥାରେ ଅନ୍ୟତ୍ର ବଦଳି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କନେଷ୍ଟବଳ କାଳିଆ ସୁନା ବେହେରାଙ୍କୁ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ଜିଲ୍ଲାରୁ ସୁନ୍ଦରଗଡ ପୁଲିସ ଜିଲ୍ଲାକୁ ଏବଂ ଓ.ଏ.ପି.ଏଫ କନେଷ୍ଟବଳ ଅଜୟ କୁମାର ପ୍ରଧାନଙ୍କୁ ମାଲକାନଗିରି ପୁଲିସ ଜିଲ୍ଲାକୁ ବଦଳି କରାଯାଇଥବା ସୂଚନା ମିଳିଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories