www.samajalive.in
Saturday, December 6, 2025
26.1 C
Bhubaneswar

ନିର୍ବାଚନ ହାରି ବି ପାଇଲେ ମୁଖ୍ୟମନ୍ତ୍ରୀ ପଦ – ପୁଷ୍କର ସିଂ ଧାମି ଦ୍ୱିତୀୟଥର ପାଇଁ ହେବେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ

ଦେହରାଡୁନ୍‌ – ଉତ୍ତରାଖଣ୍ଡରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି ବେଶ୍‌ ଭଲ ପ୍ରଦର୍ଶନ କରିବା ସହ ସଂଖ୍ୟାଗରିଷ୍ଠତା ହାସଲ କରିଛି । ହେଲେ ମୁଖ୍ୟମନ୍ତ୍ରୀ ପୁଷ୍କରସିଂ ଧାମିନିର୍ବାଚନ ହାରିଯାଇଛନ୍ତି । ମାତ୍ର ଏହାପରେ ଦଳ ପକ୍ଷରୁ ତାଙ୍କୁ ଦ୍ୱିତୀୟଥର ଏହି ପଦ ପାଇଁ ଚୟନ କରାଯାଇଛି । ନିର୍ବାଚିତ ବିଧାୟକଙ୍କ ନେତା ଭାବେ ସେ ନିର୍ବାଚିତ ହେବା ପରେ ଦ୍ୱିତୀୟ ଥର ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ।

ଲଗାତାର ଦ୍ୱିତୀୟ ଥର ବିଜେପି ଉତ୍ତରାଖଣ୍ଡ ବିଧାନସଭାରେ ସଂଖ୍ୟାଗରିଷ୍ଠତା ହାସଲ କରିଛି । ଏହା ଏକ ଐତିହାସିକ ଘଟଣା । ରାଜ୍ୟ ଗଠନ ହେବା ଦିନଠାରୁ ଗୋଟିଏ ପାଳିରେ ବିଜେପି ସରକାର ଗଠନ କଲେ ଅନ୍ୟ ପାଳିରେ କଂଗ୍ରେସ ସରକାର ଗଠନ କରିଥାଏ । ମାତ୍ର ପ୍ରଥମଥର ପାଇଁ ବିଜେପି ଲଗାତାର ଶାସନ କ୍ଷମତାକୁ ଆସିଛି ।

- Advertisement -

ମୁଖ୍ୟମନ୍ତ୍ରୀ ପୁଷ୍କରସିଂ ଧାମିଙ୍କର କାର୍ଯ୍ୟକୁଶଳତା ଯୋଗୁଁ ତାଙ୍କୁ ଦ୍ୱିତୀୟ ଥର ପାଇଁ ରାଜ୍ୟରେ ଦଳର ନେତା ଭାବେ ନିର୍ବାଚିତ କରାଯାଇଛି । ଏହି ପଦ ପାଇଁ ସେ ଆଶାୟୀଙ୍କ ମଧ୍ୟରେ ଆଗରେ ଥିଲେ । ମୁଖ୍ୟମନ୍ତ୍ରୀ ଭାବେ ବେଶ୍‌ ଭଲ ପ୍ରଦର୍ଶନ କରିଥିବାରୁ ପୁନର୍ବାର ଏହି ପଦ ପାଇଛନ୍ତି । ମାତ୍ର ୬ ମାସ ମଧ୍ୟରେ ସେ ଦଳର ସମସ୍ତଙ୍କୁ ନେଇ ଚାଲିବା ସହ ଦଳ ବିଜୟୀ ହୋଇଥିଲା ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories