www.samajalive.in
Saturday, December 13, 2025
26.1 C
Bhubaneswar

୨୦୨୧-୨୨ ଶିକ୍ଷା ବର୍ଷରୁ ଶ୍ରୀଜଗନ୍ନାଥ ମେଡ଼ିକାଲ୍‌ କଲେଜରେ ହେବ ଏମ୍‌ବିବିଏସ୍‌ ପାଠ୍ୟକ୍ରମ ପାଇଁ ନାମଲେଖା

ପୁରୀ: ଶ୍ରୀଜଗନ୍ନାଥ ମେଡ଼ିକାଲ୍‌ ଏବଂ ହସ୍‌ପିଟାଲ୍‌ ଖୁବ୍‌ ଶୀଘ୍ର ପୂର୍ଣ୍ଣାଙ୍ଗ ରୂପରେଖ ପାଇବ। ବର୍ତ୍ତମାନ ଏହାର ଆନୁସଙ୍ଗିକ ଭିତ୍ତିଭୂମିକ ବିକାଶ ପ୍ରକ୍ରିୟା ଶେଷ ପର୍ୟ୍ୟାୟରେ ପହଞ୍ଚିଛି। ପୁରୀ କୋଣାର୍କ ବେଳାଭୂମି ମାର୍ଗ ନିକଟସ୍ଥ ସମଗରା ମୌଜାରେ ନିର୍ମାଣ ହୋଇଛି ମେଡ଼ିକାଲ୍‌ କଲେଜ। ଶ୍ରୀଜଗନ୍ନାଥ ମେଡ଼ିକାଲ୍‌ କଲେଜ ଏବଂ ହସ୍‌ପିଟାଲ୍‌ରେ ୨୦୨୧-୨୨ ଶିକ୍ଷାବର୍ଷରୁ ଏମ୍‌ବିବିଏସ୍‌ ପାଠ୍ୟକ୍ରମ ପାଇଁ ନାମଲେଖା ଯିବ। ବର୍ତ୍ତମାନ ପାଇଁ ପୁରୀ ଜିଲା ସଦର ହାସ୍‌ପାତାଳରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଲାଗି ବ୍ୟବସ୍ଥା କରାଯାଇଛି। ସେମାନଙ୍କ ପାଠପଢ଼ା ୨୧-୨୨ ବର୍ଷ ଆରମ୍ଭ କରାଯିବ। ଶ୍ରୀଜଗନ୍ନାଥ ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍‌ପିଟାଲ୍‌ ୧୦୦ ଶଯ୍ୟା ବିଶିଷ୍ଟ ହେବ।

 

- Advertisement -

ଶ୍ରୀଜଗନ୍ନାଥ ମେଡ଼ିକାଲ୍‌ ଏବଂ ହସ୍‌ପିଟାଲ୍‌ରେ ୨୦୨୧-୨୨ ଶିକ୍ଷାବର୍ଷରୁ ଏମ୍‌ବିବିଏସ୍‌ ପାଠ୍ୟକ୍ରମ ନାମଲେଖା ଆରମ୍ଭ ହେବ। ଏଥିପାଇଁ ପ୍ରସ୍ତୁତି ପ୍ରକ୍ରିୟା ଶେଷ ପର୍ୟ୍ୟାୟରେ ପହଞ୍ଚିଛି। ଶ୍ରୀଜଗନ୍ନାଥ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ ପାଇଁ ୨୬ ପ୍ରଫେସର, ୧୫ ଡକ୍ଟର ଏବଂ ୨୫ ଟ୍ୟୁଟରଙ୍କୁ ନିଯୁକ୍ତି ଦିଆଯାଇଛି। ଖୁବଶୀଘ୍ର ସେମାନେ କାର୍ଯ୍ୟରେ ଯୋଗ ଦେବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଥିବା ଜଣାପଡ଼ିଛି। ୧୦୦ ଶଯ୍ୟା ବିଶିଷ୍ଟ ଏହି ମେଡ଼ିକାଲ୍‌ କଲେଜରେ ଏମ୍‌ବିବିଏସ୍‌ ପାଠପଢ଼ା ଓ ସ୍ଥାନୀୟ ଅଞ୍ଚଳରୁ ଲୋକଙ୍କୁ ଉନ୍ନତ ଚିକିତ୍ସା ସେବା ପ୍ରଦାନ କରାଯିବା ନେଇ ସରକାରୀ ସ୍ତରରେ ପଦକ୍ଷେପ ଗ୍ରହଣ କରାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories