www.samajalive.in
Saturday, December 6, 2025
19.1 C
Bhubaneswar

ଅଯୋଧ୍ୟାରେ ମସଜିଦ୍ ପାଇଁ ଜମି ଦେବା ନିଷ୍ପତ୍ତି ଠିକ୍ ହୋଇନାହିଁ : ଶଙ୍କରାଚାର୍ଯ୍ୟ

ସମାଜ ପୋଟାଲ ଡେସ୍କ: ଅଯୋଧ୍ୟାରେ ମସଜିଦ୍ ନିର୍ମାଣ ପାଇଁ ଜମିଦେବାକୁ ବିରୋଧ କରିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ। ଗୁରୁବାର ଗଣମାଧ୍ୟମକୁ  ବିବୃତ୍ତି ଦେଇ ସେ କହିଛନ୍ତି ଅଯୋଧ୍ୟାରେ ବାବ୍ରି ମସଜିଦ୍ ପାଇଁ ୫ ଏକର ଜମି ଦେବା ନିଷ୍ପତ୍ତି ହୋଇନାହିଁ। ଏହି ନିଷ୍ପତି ଆତଙ୍କବାଦ ଓ ଦେଶ ବିଭାଜନକୁ ପ୍ରୋତ୍ସାହିତ କରିବ ଏବଂ ଯେଉଁମାନେ ଏହି ନିଷ୍ପତ୍ତି ନେଇଛନ୍ତି ସେମାନେ ଦେଶରେ ଅରାଜକତା ସୃଷ୍ଟି କରିବା ପାଇଁ ଉସୁକାଉଛନ୍ତି ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ।

ସେ କହିଛନ୍ତି ଯେଉଁ ବାବର ଭାରତ ପ୍ରଦେଶ ଉପରେ ଆକ୍ରମଣ କରିଥିଲେ ତାଙ୍କର ନାମ ଅନୁସାରେ ତିଆରି ହୋଇଥିବା ଧର୍ମପୀଠକୁ ପୁନଃନିର୍ମାଣ କରିବା ପାଇଁ ଜମି ଦେବା ଉଚିତ ହୋଇନାହିଁ। ମାନବ ଜାତି ଉପରେ ଅରାଜକତା ଏବଂ ଦମନଲୀଳା ପାଇଁ ବାବର ବିଶ୍ୱ ସମୁଦାୟ ପାଇଁ ଆତଙ୍କବାଦୀ ଭାବେ ପରିଚିତ। କିନ୍ତୁ ବାବରଙ୍କୁ ସମ୍ମାନ ଦେଇ ମସଜିଦ୍ ନିର୍ମାଣ ପାଇଁ ଅଯୋଧ୍ୟାରେ ଜାଗା ଦେବା ଉଚିତ ହୋଇନାହିଁ। ଏହା ଆଗକୁ ଏକ ବିଭାଜନ ସୃଷ୍ଟି କରିବ ଏବଂ ଅଯୋଧ୍ୟା ପରି ସ୍ଥିତି ବାରଣାସୀ ଏବଂ ମଥୁରାରେ ମଧ୍ୟ ସୃଷ୍ଟି ହେବ। ଏଣୁ ସରକାର ଯଥାଶିଘ୍ର ଏହି ନିଷ୍ପତ୍ତି ଉପରେ ପୁନଃବିଚାର କରିବା ଉଚିତ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି।

- Advertisement -

ଏଠାରେ ସୂଚନାଯୋଗ୍ୟ ୨୦୧୯ ନଭେମ୍ବର ୯ ତାରିଖରେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଅଯୋଧ୍ୟା ମାମଲାର ଗୁରୁତ୍ଵପୂର୍ଣ୍ଣ ରାୟ ପ୍ରକାଶ କରିଥିଲେ। ଖଣ୍ଡପୀଠ ବିବାଦୀୟ ସ୍ଥଳକୁ ହିନ୍ଦୁ ପକ୍ଷଙ୍କୁ ଦେବା ସହିତ ମୁସଲିମ ପକ୍ଷଙ୍କୁ ଅନ୍ୟତ୍ର ମସଜିଦ୍ ନିର୍ମାଣ ଲାଗି ଅଯୋଧ୍ୟା ଭିତରେ ୫ ଏକର ଜାଗା ଯୋଗାଇଦେବାକୁ କେନ୍ଦ୍ର ଏବଂ ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦେଶ ଦେଇଥିଲେ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories