ନୂଆବର୍ଷ ପାଇଁ ପୁରୀରେ କଡା ସୁରକ୍ଷା ବ୍ୟବସ୍ଥା
ପୁରୀ : ପୁରୀରେ ଶ୍ରୀଜିଉଙ୍କ ଦର୍ଶନ ଓ ନୂଆବର୍ଷ ପାଇଁ ଶ୍ରଦ୍ଧାଳୁ ତଥା ପର୍ଯ୍ୟଟକଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ପୁଲିସ ଓ ପ୍ରଶାସନ ପକ୍ଷରୁ ପୂର୍ବ ପ୍ରସ୍ତୁତି କରାଯାଉଛି। ନୂଆବର୍ଷ ପାଇଁ ପୁରୀରେ କଡା ସୁରକ୍ଷା ବ୍ୟବସ୍ଥାରେ ୫ ଭାଗରେ ବିଭକ୍ତ କରାଯାଇଛି। ୯ଟି ସେକ୍ଟର କରାଯିବ ବୋଲି ଏସ୍ପିଙ୍କ ପକ୍ଷରୁ ସୂଚନା ମିଳିଛି। ପୁରୀ ବଡଦାଣ୍ଡରେ ଆମ୍ବୁଲାନ୍ସ ଯାତାୟାତ ପାଇଁ ଗ୍ରୀନ୍ କରିଡର ହେବ। ସମୁଦ୍ର ସୁରକ୍ଷା ପାଇଁ ହଟ୍ ସ୍ପଟ ପାଟ୍ରୋଲିଂ ସହ ୩ଟି ଫାଣ୍ଡି ରହିବ। ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ହେବ। ଏହାସହ ମରିଚକୋଟ ଛକରୁ ନୋ-ଭେଇକିଲ୍ ଜୋନ୍ ହେବ ବୋଲି ଏସ୍ପି କହିଛନ୍ତି।
Comments are closed.