www.samajalive.in
Sunday, December 7, 2025
16.1 C
Bhubaneswar

ବିରଳ ଘଟଣା, ପତିତପାବନ ବାନାରେ ଶୂନ୍ୟ ଗଣ୍ଠି

ପୁରୀ: ଶ୍ରୀ ଜଗନ୍ନାଥ ମନ୍ଦିର ପତିତପାବନ ବାନାରେ ପଡିଛି ଶୂନ୍ୟ ଗଣ୍ଠି। ଏହା ଏକ ବିରଳ ଘଟଣା ବୋଲି ଚୁନରା ସେବକ କହିଛନ୍ତି। କାଳ ବୈଶାଖୀ ଯୋଗୁ ଏଭଳି ବିରଳ ଘଟଣା ଦେଖା ଦେଇଛି। ମଙ୍ଗଳବାର ପୁରୀରେ ଘଡଘଡି ସହ ବର୍ଷା ହୋଇଥିଲା। ସେଥିରେ ପତିତପାବନ ବାନା ବନ୍ଧା ଯାଇଥିବା ବାଉଁଶ ନଇଁ ଯାଇଥିଲା। ତେବେ ପତିତପାବନ ବାନା ସଂପୂର୍ଣ୍ଣ ସୁରକ୍ଷିତ ରହିଥିଲା। ପରମ୍ପରା ଅନୁଯାୟୀ ଚୁନରା ସେବକ ଅପରାହ୍ନରେ ପତିତପାବନ ବାନା ପରିବର୍ତ୍ତନ କରିଥିଲେ। ପୁରୁଣା ବାନା ଖୋଲାଯାଇ ନୀଳଚକ୍ରରେ ନୂଆ ବାନା ଲଗାଇଥିଲେ।

ତେବେ ଖୋଲା ଯାଇଥିବା ବାନାରେ ଆପେ ଆପେ ଗଣ୍ଠି ପଡ଼ି ଯାଇଥିବା ଦେଖିବାକୁ ମିଳିଛି। ପତିତପାବନ ବାନାରେ କିପରି ଗଣ୍ଠି ପଡ଼ିଲା ତାହା ଭକ୍ତ ଓ ସେବାୟତଙ୍କୁ ବିସ୍ମିତ କରିଛି। ଏ ସଂପର୍କରେ ଶ୍ରୀ ମନ୍ଦିର ପ୍ରଶାସନର କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories