www.samajalive.in
Thursday, December 11, 2025
16.1 C
Bhubaneswar

ବଗଲା ଧର୍ମଶାଳା ବିକ୍ରିକୁ ବିରୋଧ, ବିଧାୟକଙ୍କ ନେତୃତ୍ବରେ ବିଜେପିର ଧାରଣା

ପୁରୀ: ବଗଲା ଧର୍ମଶାଳା ବିକ୍ରିକୁ ବିରୋଧ କରାଯାଇ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କ ନେତୃତ୍ବରେ ବିଜେପି ପକ୍ଷରୁ ବଗଲା ଧର୍ମଶାଳା ସମ୍ମୁଖରେ ଧାରଣା ଦିଆଯାଇଛି।
ଏହି ଅବସରରେ ବିଜେପି ପକ୍ଷରୁ କୁହାଯାଇଛି ଯେ ଲଜିଂ ମାଲିକଙ୍କୁ ପ୍ଲଟିଂ କରି ବିକ୍ରି କରିଦେବା ଦ୍ବାରା ସବୁଦିନ ପାଇଁ ନିଶ୍ଚିହ୍ନ ହୋଇଯିବ ବଗଲା ଧର୍ମଶାଳାର ପରିଚୟ। ଦାନରେ ମିଳିଥିବା ଧର୍ମଶାଳା ଜମିରେ ନିର୍ମାଣ ହେବ ୨୬ଟି ବ୍ୟବସାୟିକ ଅଟ୍ଟାଳିକା। ସ୍ବଳ୍ପ ମୂଲ୍ୟରେ କୋଠରି ପାଇବାରୁ ବଞ୍ଚିତ ହେବେ ପର୍ୟ୍ୟଟକ ଏବଂ ତୀର୍ଥଯାତ୍ରୀ। ପୁରୀ ବଡ଼ଦାଣ୍ଡରେ ରହିଥିବା ବଗଲା ଧର୍ମଶାଳା ଜମି ବିକ୍ରି ପଛରେ ବଡ଼ ଧରଣର ଷଡ଼ଯନ୍ତ୍ର ରହିଥିବା ସନ୍ଦେହ କରାଯାଉଛି। ଧର୍ମଶାଳା ପୁନଃନିର୍ମାଣ ନାମରେ ୩ବର୍ଷ ତଳେ ଗୋଟିଏ କୋଠା ଭଙ୍ଗା ଯାଇଥିଲା। ପୁନଃନିର୍ମାଣ ପରିବର୍ତ୍ତେ ତାହାକୁ ଖଣ୍ଡ ଖଣ୍ଡ କରି ୬ ଜଣ ଲଜିଂ ମାଲିକଙ୍କ ହାତରେ ଟେକି ଦିଆଯାଇଛି। ଲଜିଂ ମାଲିକଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ଧର୍ମଶାଳା ଜମି ବିକ୍ରି କରାଯାଇଥିବା ନଥିପତ୍ର ଲୋକଲୋଚନକୁ ଆସିଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ବ ସୁରକ୍ଷା କରିଡରରୁ ଉଚ୍ଛେଦ ହୋଇଥିବା ଲଜିଂ ମାଲିକଙ୍କୁ ଥଇଥାନ ନିମନ୍ତେ ବଗଲା ଧର୍ମଶାଳା ଜମିରେ ୨୬ଟି ପ୍ଲଟ୍‌ କରାଯାଇଛି। ସେଥିରୁ ୬ଟି ପ୍ଲଟ୍‌ ଜିଲାପାଳ ବିକ୍ରି କରିଥିବାବେଳେ ଆଉ ୨୦ଟି ପ୍ଲଟ୍‌ ଖୁବ୍‌ଶୀଘ୍ର ଅନ୍ୟକୁ ହସ୍ତାନ୍ତର କରାଯିବା ସମ୍ଭାବନା ରହିଛି। ଏହାର ପ୍ରତିବାଦରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କ ନେତୃତ୍ବରେ ବିଜେପି ପକ୍ଷରୁ ବଗଳା ଧର୍ମଶାଳା ସମ୍ମୁଖରେ ଧାରଣା ଦିଆଯାଇଛି। ବିଜେପି ପକ୍ଷରୁ ଲଜିଂ ମାଲିକଙ୍କୁ ପୁରୀ ଜିଲାପାଳ ବିକ୍ରି କରିଥିବା ଜମିକୁ ବିରୋଧ କରାଯାଇଛି।

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories