www.samajalive.in
Sunday, December 14, 2025
26.1 C
Bhubaneswar

ରାତିଅଧିଆ ଜିପିଆର୍‌ ସର୍ଭେ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଦିନକୁ ଦିନ ନୂଆନୂଆ ଘଟଣା ସାମ୍ନାକୁ ଆସୁଛି ।  ଗତକାଲି ବିଳମ୍ବିତ ରାତିରେ ଜିପିଆର ସର୍ଭେ ହୋଇଛି । ଓବିସିସିର ଚିଠି ପରେ ଗୁଜରାଟ ଆଇଆଇଟି ପକ୍ଷରୁ ଏହି ସର୍ଭେ କରାଯାଇଥିବା ଜଣାପଡ଼ିଛି । ତାହାଛଡ଼ା ଏମାର ମଠରେ ବି ସର୍ଭେ କରାଯାଇଥିବା ସୂଚନା​‌ ମିଳିଛି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଦିନକୁ ଦିନ ରାଜ୍ୟ ରାଜନୀତି ସରଗରମ ହେଉଛି । ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଭୟ ଶାସକ ଓ ବିରୋଧୀ ମୁହାଁମୁହିଁ ହେଉଛନ୍ତି । ଏନେଇ ମାମଲା ହାଇକୋର୍ଟରେ ପହଞ୍ଚିଥିବା ବେଳେ କୋର୍ଟ ମଧ୍ୟ ତାଙ୍କ ରାୟ ଶୁଣାଇଛନ୍ତି । ପୂର୍ବରୁ ଲୋକସଭାରେ ନିୟମ ଅନୁଯାୟୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ହେଉନଥିବା ଅଭିଯୋଗ ଆଣିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ତାହା ସହ ସେ କହିଥିଲେ କି ଏହି କାର୍ଯ୍ୟକୁ ନିୟମ ଅନୁଯାୟୀ ରାଜ୍ୟ ସରକାର କରନ୍ତୁ । ଘଟଣାକୁ ନେଇ ଅପରାଜିତାଙ୍କୁ ଜବାବ ଦେଇଥିଲେ ପୁରୀ ସାଂସଦର ପିନାକୀ ମିଶ୍ର । ପିନାକୀଙ୍କ କହିବା ଅନୁଯାୟୀ ଏହି ସମସ୍ତ କାମ ନିୟମ ଅନୁଯାୟୀ ହେଉଛି । ହେଲେ ବର୍ତ୍ତମାନ ଘଟଣାକୁ ନେଇ ପ୍ର​‌ତ୍ୟେକ ଦିନ ନୂଆନୂଆ ତଥ୍ୟ ଅସୁଥିବା ଦେଖିବାକୁ ମିଳୁଛି ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories