ପୁରୀ: ପୁରୀ କୁମୁଟିସାହି ଛକ ବ୍ୟାଙ୍କ ଅଫ ଇଣ୍ଡିଆ ବ୍ରାଞ୍ଚରେ ସିକ୍ୟୁରିଟି ଗାର୍ଡଙ୍କ ଗୁଳିରେ ଜଣେ ଗ୍ରାହକ ଆହତ ହୋଇଥିବା ସୂଚନାମିଳିଛି। ଗ୍ରାହକ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନାଅନୁସାରେ କୁମୁଟିସାହି ଛକ ବ୍ୟାଙ୍କ ଅଫ ଇଣ୍ଡିଆ ବ୍ରାଞ୍ଚରେ ପଶ୍ଚିମବଙ୍ଗର ମୋନାନ ଖାନ୍ କୌଣସି କାମ ପାଇଁ ଯାଇଥିବା ବେଳେ ବ୍ୟାଙ୍କର ସିକ୍ୟୁରିଟ୍ ଗାର୍ଡ ଏ.କେ ମହାପାତ୍ରଙ୍କ ବନ୍ଧୁକରୁ ଅସାବଧାନତା ବଶତଃ ଗୁଳି ଫୁଟି ମୋନାନଙ୍କ ଦେହରେ ବାଜିଥିଲା। ତାଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୁରୀ ଟାଉନ୍ ଥାନା ପୁଲିସ ସିକ୍ୟୁରିଟ୍ ଗାର୍ଡ ଏ.କେ ମହାପାତ୍ରଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଚଳାଇଛି।
Popular Categories



