www.samajalive.in
Saturday, December 6, 2025
19.1 C
Bhubaneswar

ପଞ୍ଜାବରେ ଗୁରୁତର ବିଜୁଳି ସଙ୍କଟ, ସିଧୁଙ୍କ ଉପରେ ୮ ଲକ୍ଷ ଟଙ୍କା ବିଜୁଳି ବିଲ୍‍ ବାକି

ଚଣ୍ଡିଗଡ: ପଞ୍ଜାବ ସଂପ୍ରତି ସବୁଠାରୁ ଉତ୍କଟ ବିଦ୍ୟୁତ ସଂକଟ ପରିସ୍ଥିତିର ସମ୍ମୁଖୀନ ହେଉଛି । ପରିସ୍ଥିତି ଏଭଳି ହୋଇଛି ଅନେକ ଅଞ୍ଚଳରେ ଦୈନିକ ପାଖାପାଖି ୧୪ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ କରିବାକୁ ପଡୁଛି । ରାଜ୍ୟରେ ସଂପ୍ରତି ଚାଷ କାମ ଆରମ୍ଭ ହେଉଥିବାରୁ ସରକାର ଗ୍ରାମାଞ୍ଚଳକୁ ବିଦ୍ୟୁତ ଯୋଗାଣ ଉପରେ ଗୁରୁତ୍ୱ ଦେଉଛନ୍ତି । କୃଷିକାର୍ଯ୍ୟ ପାଇଁ ରାଜ୍ୟରେ ମାଗଣା ବିଦ୍ୟୁତ ଯୋଗାଇ ଦିଆଯାଉଥିବାରୁ କୃଷକମାନେ ବହୁ ସଂଖ୍ୟାରେ ଉଠାଜଳସେଚନ ପଏଣ୍ଟ ସ୍ଥାପନ କରିଛନ୍ତି । ତେଣୁ ସେଗୁଡିକୁ ବିଦ୍ୟୁତ ଯୋଗାଇଦେବା ସକାଶେ ଗ୍ରାମାଞ୍ଚଳରେ ବିଦ୍ୟୁତ କାଟ କରାଯାଉନାହିଁ । ଅନ୍ୟପକ୍ଷରେ ସହରାଞ୍ଚଳ ବାସିନ୍ଦା ବିଦ୍ୟୁତକାଟ ଜନିତ ପରିସ୍ଥିତିରେ ଡହଳ ବିକଳ ହେଉଛନ୍ତି । ତାହାଛଡା ରାଜ୍ୟରେ ସଂପ୍ରତି ଭୀଷଣ ଗରମ ଅନୁଭୂତ ହେଉଥିବାରୁ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଇତିମଧ୍ୟରେ ପୂର୍ବର ଶିରୋମଣି ଅକାଳି ଦଳ-ଭାଜପା ମେଣ୍ଟ ସରକାର ଦ୍ୱାରା ହୋଇଥିବା ଶକ୍ତି କ୍ରୟ ରାଜିନାମା ରଦ୍ଦ କରିବାକୁ କଂଗ୍ରେସ ନେତା ନବଜୋତ ସିଂ ସିଧୁ ଦାବି କରିଛନ୍ତି । ରାଜ୍ୟର ଶକ୍ତି ସଙ୍କଟକୁ ନେଇ ଶୁକ୍ରବାର ସେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସିଧୁଙ୍କ ଉପରେ ୮ ଲକ୍ଷ ଟଙ୍କା ବିଦ୍ୟୁତ ବ୍ୟବହାର ବାବଦ ଦେୟ ବାକି ରହିଛି । ପଞ୍ଜାବ ରାଜ୍ୟ ଶକ୍ତି ନିଗମ ଲିମିଟେଡ ସୂତ୍ରରୁ ଜଣାଯାଇଛି ଯେ ସିଧୁଙ୍କର ଅମୃତସରସ୍ଥିତ ବାସଭବନକୁ ଯେଉଁ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯାଇଛି, ତାହା ଉପରେ ୮ ଲକ୍ଷ ୬୭ ହଜାର ଟଙ୍କା ୫୪୦ ଟଙ୍କା ବିଲ୍‍ ବାକି ରହିଛି । ଜୁଲାଇ ୨ ତାରିଖ ଏହି ଅର୍ଥ ପୈଠ କରିବାକୁ ଶେଷ ତାରିଖ ରହିଥିଲେ ମଧ୍ୟ ସିଧୁ ତାହା ପୈଠ କରିନାହାନ୍ତି ।
ସୂଚନାଯୋଗ୍ୟ ଯେ ରାଜ୍ୟରେ ବିଦ୍ୟୁତ ସଙ୍କଟ ଏଭଳି ଗୁରୁତର ଆକାର ଧାରଣ କରିଛି, ଯେଉଁଥିରେ ରାଜ୍ୟ ସରକାର ସମସ୍ତ ସରକାରୀ ଦପ୍ତରର କାର୍ଯ୍ୟ ସମୟ ପରିବର୍ତ୍ତନ କରିବା ସହିତ ଏୟାରକଣ୍ଡିସନର ବ୍ୟବହାର ନକରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି । ତାହାସହିତ ସହରାଞ୍ଚଳରେ ୮ରୁ ୧୪ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ କରାଯାଉଛି । ତାହାସହିତ ରାଜ୍ୟରେ ଥିବା ଶିଳ୍ପସଂସ୍ଥାଗୁଡିକର କାର୍ଯ୍ୟକୁ ମଧ୍ୟ ସଂକୁଚିତ କରାଯାଇଛି । କଳ କାରଖାନାଗୁଡିକ ସପ୍ତାହରେ ଦୁଇଦିନ ସେଗୁଡିକର କାର୍ଯ୍ୟ ବନ୍ଦ ରଖିବାକୁ ରାଜ୍ୟ ସରକାର କହିଛନ୍ତି ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories