www.samajalive.in
Monday, December 8, 2025
14.1 C
Bhubaneswar

ପଞ୍ଜାବରେ ସ୍ଥିତି ବେହାଲ୍‌; ୭ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ଚଣ୍ଡିଗଡ : ପଞ୍ଜାବରେ ଗତ କିିଛି ଦିନ ହେବ ବର୍ଷାର ବିତ୍ପାତ ଜାରି ରହିଛି । ପ୍ରବଳରୁ ଅତି ପ୍ରବଳ ବର୍ଷାରେ ସ୍ଥିତି ବେହାଲ୍‌ ହୋଇପଡିଛି । ସାରା ରାଜ୍ୟରେ ଜଳବନ୍ଦୀ ସ୍ଥିତି ସହ ପରିସ୍ଥିତି ଅତ୍ୟନ୍ତ ଖରାପ ରହିଛି । ସେହିପରି ରାଜ୍ୟ ସରକାର ୨୩ ଜିଲାକୁ ବନ୍ୟା ପ୍ରଭାବିତ ଜିଲା ଭାବେ ଘୋଷଣା କରିଛି । ବନ୍ୟା କାରଣରୁ ଏଯାଏଁ ପ୍ରାୟ ୩୦ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଛି । ଅନେକ ନଦୀ ସତର୍କ ସୂଚନା ପାର୍‌ କରି ସାରିଛି । ଏହାକୁ ଦୃଷ୍ଟିରେ ରଖି ଅନେକ ଜିଲାକୁ ସତର୍କ ସୂଚନା ଜାରି ହୋଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ପଞ୍ଜାବରେ ସେପ୍ଟେମ୍ବର ୭ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍‌, କଲେଜ, ବିଶ୍ୱବିଦ୍ୟାଳୟ ଆଦିକୁ ବନ୍ଦ ରଖିବାକୁ ଘୋଷଣା କରାଯାଇଛି ।

ପଞ୍ଜାବରୁ ବନ୍ୟା ସହ ଜଡିତ ଅନେକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ପ୍ରବଳ ବର୍ଷା ରାଜ୍ୟର ଅନେକ ଜିଲ୍ଲାର ଅବସ୍ଥାକୁ ଆହୁରି ଖରାପ କରିଦେଇଛି। ପଞ୍ଜାବର ଫିରୋଜପୁରରେ, ଭାରତୀୟ ସେନା ଏବଂ ସ୍ଥାନୀୟ ଲୋକମାନେ ହବିବ୍ ଡ୍ୟାମ୍ ବନ୍ଧ ତଟ ଅଞ୍ଚଳରେ ମରାମତି ପାଇଁ ଏକାଠି କାମ କରୁଛନ୍ତି। ରାଜ୍ୟରେ ପ୍ରବଳ ବର୍ଷା ପରେ ଡ୍ୟାମ୍ ର ଜଳସ୍ତର ବୃଦ୍ଧି ପାଇଛି।

- Advertisement -

ଅମୃତସରର ଅଜନଲାର ଗଗ୍ଗୁ ମହଲ ଗାଁରେ ରାସ୍ତାଗୁଡ଼ିକ ପାଣିରେ ବୁଡ଼ି ରହିଥିବାରୁ ଲୋକମାନେ ଯାତାୟତରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ।
ପଞ୍ଜାବରେ ବନ୍ୟା ପରିସ୍ଥିତି ଗୁରୁଦାସପୁର, ପଠାନକୋଟ, ଫାଜିଲ୍କା, କାପୁରଥାଲା, ତାରନ ତରନ, ଫେରୋଜପୁର, ହୋଶିଆରପୁର, ଅମୃତସର, ଜଲନ୍ଦର, ରୂପନଗର, ଫେରୋଜପୁର ଏବଂ ମାନସା ସମେତ ଅତି କମରେ ୧୨ଟି ଜିଲ୍ଲାର ୧୩୦୦ ରୁ ଅଧିକ ଗାଁ ଜଳମଗ୍ନ କରି ରଖିଛି ।

ଶନି-ବୃହସ୍ପତିଙ୍କ ଦୁର୍ଲ୍ଲଭ ଯୋଗ: ଏହି ୩ ରାଶିଙ୍କ ଭର୍ତ୍ତି ହେବ ଆଲମିରା, ମିଳିବ ଧନ ଠାରୁ ଆରମ୍ଭ କରି ବୈବାହିକ ସୁଖ, ସଫଳତା..

ସେପ୍ଟେମ୍ବର ୭ରେ ଲାଗୁଛି ଚନ୍ଦ୍ରଗ୍ରହଣ ; ଜାଣନ୍ତୁ ଗ୍ରହଣ ସ୍ପର୍ଶ, ପାକ ତ୍ୟାଗ ସମୟ..

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories