ଠାକୁରମୁଣ୍ଡା:ବେଆଇନ ଗୋ ଏବଂ ମଇଁଷି ଚୋରା ଚାଲାଣ ବେଳେ ୫ଟି ପିକଅପ ସହିତ ୧୭ଟି ମଇଁଷି ୧୯ଟି ବଳଦ ଜବତ ହୋଇଛି । ଏହାସହ ଏହି ମାମଲାରେ ୩ ଅଟକ ରହିଛନ୍ତି । ଠାକୁରମୁଣ୍ଡା ଥାନା କେନ୍ଦୁଜୁଆଣି ଶିଶୁ ମନ୍ଦିର ନିକଟରୁ ଠାକୁରମୁଣ୍ଡା ପୁଲିସ ମଇଁଷି ସହ ଗାଡିକୁ ଜବତ କରିଛି ।
ସୂଚନାନୁସାରେ ଆଜି ଭୋର ସମୟରେ ଠାକୁରମୁଣ୍ଡା ଥାନା ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ବେଆଇନ ଭାବେ କିଛି ଗୋ ମାଫିଆମାନେ ୫ଟି ପିକଅପ ଜରିଆରେ ୧୭ଟି ମଇଁଷି ଏବଂ ୧୯ଟି ବଳଦକୁ ଠାକୁରମୁଣ୍ଡା-କରଞ୍ଜିଆ ରାସ୍ତାରେ ନେଉଥିବା ବେଳେ କେନ୍ଦୁଜୁଆଣି ନିକଟରେ ମାଡି ବସିଥିଲା । ତେବେ ଘଟଣାସ୍ଥଳରୁ ମାଫିଆମାନେ ଗାଡି ଛାଡି ଚମ୍ପଟ ମାରିଥିବା ବେଳେ ୫ଟି ପିକଅପ ସହିତ ତିନି ଜଣଙ୍କୁ ଅଟକ ରଖିବା ସହିତ ସେଥିରେ ଥିବା ୧୭ଟି ମଇଁଷି ଏବଂ ୧୯ଟି ବଳଦ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।
ସେପ୍ଟେମ୍ବର ୭ରେ ଲାଗୁଛି ଚନ୍ଦ୍ରଗ୍ରହଣ ; ଜାଣନ୍ତୁ ଗ୍ରହଣ ସ୍ପର୍ଶ, ପାକ ତ୍ୟାଗ ସମୟ..



