www.samajalive.in
Saturday, December 6, 2025
26.1 C
Bhubaneswar

ଅଣ୍ଡା ଚୋରେଇ ପଞ୍ଜାବ ପୁଲିସ କର୍ମଚାରୀ ନିଲମ୍ବିତ

ଚଣ୍ଡିଗଡ: କରୋନା ମହାମାରୀ ସଂକ୍ରମଣ ରୋକିବାକୁ ଦେଶର ଅଧିକାଂଶ ଭାଗରେ ତାଲାବନ୍ଦ କଟକଣା ଲାଗୁ ହୋଇଛି। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବା ଯୋଗାଣ ବ୍ୟବସ୍ଥା ଖୋଲା ରହିବାକୁ ଅନୁମତି ମିଳିଛି। ଏହିଭଳି ଏକ ପରିସ୍ଥିତିରେ ରାସ୍ତାରେ ରଖାଯାଇଥିବା ଏକ ଠେଲାଗାଡିରୁ ଅଣ୍ଡା ଚୋରିକରି ପଞ୍ଜାବ ପୁଲିସର ଜଣେ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ଘଟଣା ଘଟିଛି ପଞ୍ଜାବର ଫତେଗଡ ସାହିବରେ। ରାଜ୍ୟ ପୁଲିସର ଜଣେ ହେଡ କନେଷ୍ଟବଳ ପ୍ରିତପାଲ ସିଂହ ଉକ୍ତ ଅଞ୍ଚଳରେ ଡ୍ୟୁଟି କରୁଥିଲେ। ଏହି ସମୟରେ ଶ୍ରୀ ସିଂହ ଦେଖିଲେ, ରାସ୍ତା ଉପରେ ଅଣ୍ଡା ବୋଝେଇ ଠେଲାଗାଡି ରଖାଯାଇଛି, କିନ୍ତୁ ପାଖରେ କେହି ନାହାନ୍ତି। ହେଡ କନେଷ୍ଟବଳ ଜଣକ ଚାରିଆଡକୁ ଚାହିଁ ଉକ୍ତ ଗାଡିରୁ କିଛି ଅଣ୍ଡାନେଇ ପିନ୍ଧିଥିବା ପୁଲିସ ପୋଷାକର ପ୍ୟାଣ୍ଟ ପକେଟରେ ରଖିଥିଲେ। ଇତିମଧ୍ୟରେ ଅଣ୍ଡାଥିବା ଉକ୍ତ ଠେଲାଗାଡିର ମାଲିକ ସେଠାରେ ପହଞ୍ଚିଥିଲେ। ଏହାପରେ ରାସ୍ତାରେ ଯାଉଥିବା ଏକ ଅଟୋରିକ୍ସାକୁ ହାତ ଦେଖାଇ ସେଠାରୁ ଚାଲିଯାଇଥିଲେ। ତେବେ ଅନ୍ୟଜଣେ ବ୍ୟକ୍ତି ଦୂରରେ ଥାଇ ଗୋପନରେ ଏହାର ଭିଡିଓ ଚିତ୍ର ଉତ୍ତୋଳନ କରିଥିଲେ। ୧ ମିନିଟ ୬ ସେକେଣ୍ଡ ଅବଧିର ଏହ ଭିଡିଓ ସାମାଜିକ ଗଣମାଧ୍ୟମରେ ବ୍ୟାପକ ପ୍ରସାରିତ ହେବାପରେ ଉକ୍ତ ହେଡ କନେଷ୍ଟବଳଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଛି। ଏଥିସହିତ ତାଙ୍କ ବିରୁଦ୍ଧରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି।

Hot this week

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

Related Articles

Popular Categories