ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଗୁରୁବାର ହରିୟାଣାର ଡାକ୍ତରାଣୀ ଗୁର୍ପ୍ରୀତ କୌରଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଭବନରେ ଶିଖ୍ ରୀତିନୀତି ଅନୁଯାୟୀ ବିବାହ ସମ୍ପନ୍ନ ହୋଇଛି। ୪୮ ବର୍ଷୀୟ ମାନ୍ଙ୍କର ଏହା ଦ୍ବିତୀୟ ବିବାହ।

୨୯ ବର୍ଷୀୟା ଗୁର୍ପ୍ରୀତ କୌରଙ୍କ ଘର କୁରୁକ୍ଷେତ୍ରର ପିହୋୱା ସ୍ଥିତ ଗୁମଥଲା ଗଡ଼ୁ ଗ୍ରାମରେ। ଡାକ୍ତର ଗୁରୁପ୍ରୀତ କୌରଙ୍କ ପରିବାରର ମଧ୍ୟ ରାଜନୈତିକ ପ୍ରଭାବ ରହିଛି। ତାଙ୍କ ମାମୁଁ ଜସୱନ୍ତ ସିଂହ ଜଣେ କଂଗ୍ରେସ କର୍ମୀ। ସେହିପରି ତାଙ୍କ ସମ୍ପର୍କୀୟ ଭାଇ ଆଡ଼୍ଭୋକେଟ୍ ଅମନ ଚିମା ମଧ୍ୟ କଂଗ୍ରେସର ଜଣେ ନେତା। ତାଙ୍କ ପିତାଙ୍କ ସମ୍ପର୍କୀୟ ଭାଇ ଆଡଭୋକେଟ୍ ଗୁରିନ୍ଦ୍ର ସିଂହ ନତ ଆମ୍ ଆଦମୀ ପାର୍ଟି କର୍ମୀ। ଗୁର୍ପ୍ରୀତଙ୍କ ପିତା ମଧ୍ୟ ଗାଁର ସରପଞ୍ଚ ଥିଲେ। ଫଟୋରେ ଦେଖନ୍ତୁ ମୁଖ୍ୟମନ୍ତ୍ରୀ ମାନ୍ ଓ ଡା. ଗୁର୍ପ୍ରୀତଙ୍କ ବିବାହ…
ବର ସାଜିଥିବା ମୁଖ୍ୟମନ୍ତ୍ରୀ ମାନ୍ ଇସତ୍ ସୁନେଲି ରଙ୍ଗର କୁର୍ତ୍ତାରେ ବହୁତ ଭଲ ଦେଖାଯାଉଥିଲେ। ସେହିପରି ଡା. ଗୁର୍ପ୍ରୀତ କୌର ନାଲି ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ।
ଏହି ବିବାହରେ ସାଂସଦ ରାଘବ ଚଢା ମଧ୍ୟ ଉପସ୍ଥିତ ଥିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପରିବାର ସହ ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ।

କେଜ୍ରିୱାଲ ମାନ୍ଙ୍କ ବିବାହରେ ପିତା ଭାବେ ରୀତିନୀତି ପୁରା କରିଥିଲେ।




