www.samajalive.in
Monday, December 8, 2025
24.1 C
Bhubaneswar

ଭୀମା କୋରେଗାଓଁ ମାମଲା: ସୁଧା ଭରଦ୍ୱାଜ ଗିରଫ

ପୁଣେ : ଭୀମା କୋରେଗାଓଁ ହିଂସାକୁ ନେଇ ପୁଣେ ପୁଲିସ ଫରିଦାବଦାରୁ ସାମାଜିକ କର୍ମୀ ତଥା ବାମପନ୍ଥୀ ବିଚାରକ ସୁଧା ଭରଦ୍ୱାଜଙ୍କୁ ଶନିବାର ଗିରଫ କରିଛି। ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳିଛି।
ଏହା ପୂର୍ବରୁ ସାମାଜିକ କର୍ମୀ ଅରୁଣ ଫରେରା ଓ ଭର୍ନନ ଗନସାଲଭେସଙ୍କୁ ଶୁକ୍ରବାର ଗିରଫ କରାଯାଇଥିଲା। ଉଭୟଙ୍କ ଜାମିନ ଆବେଦନକୁ ପୁଣେ ଦୌରାଜଜ୍‍ କୋର୍ଟ ଅଗ୍ରାହ୍ୟ କରିବା ପୂର୍ବକ ନଭେମ୍ବର ୬ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।
ଅଗଷ୍ଟ ୨୮ରେ ପୁଣେ ପୁଲିସ ସାମାଜିକ କର୍ମୀ ସୁଧା ଭରଦ୍ୱାଜ, ପି ଭରାଭର ରାଓ, ଗୌତମ ନବଲଖା, ଅରୁଣ ଫରେରା ଏବଂ ଭର୍ନନ ଗନସାଲଭେସଙ୍କୁ କରି ଗୃହବନ୍ଦୀ କରି ରଖିଥିଲା। ଶୁକ୍ରବାର ସେମାନଙ୍କ ମଧ୍ୟରୁ ଉପରୋକ୍ତ ୩ ଜଣଙ୍କ ଗୃହବନ୍ଦୀ ଅବଧି ଶେଷ ହୋଇଥିଲା। ଗୃହବନ୍ଦୀ ଅବଧି ବୃଦ୍ଧି କରିବା ଲାଗି ପୁଲିସ ଆବେଦନ କରିଥିବାବେଳେ ବମ୍ବେ ହାଇକୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇଥିଲା। ଗୃହବନ୍ଦୀ ଅବଧି ବୃଦ୍ଧି ଆବେଦନ ଅଗ୍ରାହ୍ୟ ହେବା ପରେ ପୁଲିସ ଉଭୟଙ୍କୁ ଗିରଫ କରିଥିଲା। ଶନିବାର ପୁଣେର ଏକ ସ୍ୱତନ୍ତ୍ର କୋର୍ଟ ୩ ସାମାଜିକ କର୍ମୀଙ୍କ ଜାମିନ ଆବେଦନକୁ ଅଗ୍ରାହ୍ୟ କରି ଦେଇଛନ୍ତି। ପୁଲିସ୍‍ ଶୁକ୍ରବାର ଭର୍ନନଙ୍କୁ ମୁମ୍ବଇରୁ ଓ ଅରୁଣଙ୍କୁ ଥାଣେରୁ ଗିରଫ କରିଥିଲା। ଶନିବାର ସୁଧାଙ୍କୁ ଫରିଦାବାରୁ ଗିରଫ କରାଯାଇଛି।

ପ୍ରକାଶଯୋଗ୍ୟ ଯେ ୨୦୧୭ ଡିସେମ୍ବର ୩୧ରେ ଅନୁଷ୍ଠିତ ଭୀମ କୋରେଗାଓଁ ହିଂସା ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଏହି ସାମାଜିକ କର୍ମୀମାନଙ୍କୁ ଗିରଫ କରାଯାଇଛି ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories