www.samajalive.in
Wednesday, December 10, 2025
26.1 C
Bhubaneswar

ଆଲୁମିନା ରିଫାଇନାରୀ କାରଖାନାକୁ ଗ୍ରାମବାସୀଙ୍କ ସ୍ୱାଗତ : ୭ ମାସ ମଧ୍ୟରେ ପ୍ରତିଷ୍ଠା ହେବ ବସ୍ତ୍ର ପ୍ରସ୍ତୁତ କାରଖାନା

ଲକ୍ଷ୍ମୀପୁର : କୋରପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ଓ ରାୟଗଡ଼ା ଜିଲା କାଶିପୁର ବ୍ଲକର ମଧ୍ୟ ଭାଗରେ କଂସାରୀ ଗୁଡ଼ା ଠାରେ ପ୍ରତିଷ୍ଠା ହେବାକୁ ଥିବା ଆଲୁମିନା ରିଫାଇନାରୀ କାରଖାନା ପାଇଁ ଦ୍ୱିତୀୟ ଜନ ଶୁଣାଣୀ ଲକ୍ଷ୍ମୀପୁର ବ୍ଲକର ଓଡ଼ିଆପେଣ୍ଠ ପଂଚାୟତର ଧରଡ଼ା ଠାରେ ଗୁରୁବାର ଅନୁଷ୍ଠିତ ହୋଇ ଯାଇଛି। ପ୍ରଥମ ଜନ ଶୁଣାଣୀ କାଶିପୁର ବ୍ଲକର ପୋଡାପଦର ଠାରେ ୫ ତାରିଖରେ ଅନୁଷ୍ଠିତ ହୋଇଥିଲା । ଗୁରୁବାର ଅନୁଷ୍ଠିତ ଏହି ଜନଶୁଣଣୀ କୋରାପୁଟ ଅତିରିକ୍ତ ଜିଲାପାଳ ରାଜେନ୍ଦ୍ର ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଠାରେ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡର ଆଚଂଳିକ ଅଧିକାରୀ ପ୍ରଶାନ୍ତ କର ମଧ୍ୟ ମଂଚାସୀନ ହୋଇଥିଲେ। ତେବେ ପ୍ରାୟ ପନ୍ଦର ବର୍ଷରୁ ଅଧିକ ସମୟ ହେବ କମ୍ପାନୀ ଜମି ଅଧିଗ୍ରହଣ କରିଥିଲେ ମଧ୍ୟ ଜମି ହରାଇଥିବା ଗ୍ରମବାସୀ ମାନେ ଦୁଃଖ ଦୁର୍ଦଶା ଭିତରେ କାଳାତିପାତ କରୁଥିବା କାରଣରୁ ପୁନଃ ଆର୍ଥୀକ ସହାୟତା ଯୋଗାଇ ଦେବାକୁ ଏଠାରେ ଦାବୀ କରାରାଯାଇଥିଲା। ସେହିପରି କାରଖାନା ପ୍ରତିଷ୍ଠା ପୂର୍ବରୁ ଅଂଚଳରେ ସ୍ୱାସ୍ଥ୍ୟକେନ୍ଦ୍ର, ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା, ମଡେଲ ସ୍କୁଲ, ନିକଟବର୍ତ୍ତୀ ଅଂଚଳରେ ଥିବା ଲଣ୍ଡା ପାହାଡ଼ରେ ବୃକ୍ଷରୋପଣ ଆଦି ଉପରେ କମ୍ପାନୀ ଗୁରୁତ୍ୱ ଦେବାପାଇଁ ପ୍ରୟତଃ ସମସ୍ତେ ଦାବୀ ଉସ୍ଥାପନ କରିଥିଲେ।

- Advertisement -

ସୂଚନା ଯୋଗ୍ୟ ଆଦିତ୍ୟ ଆଲୁମିନା କାରଖାନା (ହିଣ୍ଡାଲ କୋଃ) ପ୍ରତିଷ୍ଠା ପାଇଁ ଦୀର୍ଘ ପ୍ରାୟ ୧୨ ବର୍ଷ ତଳେ ଓଡ଼ିଶା ଖଣି ନିଗମ ପକ୍ଷରୁ କୋଡ଼ିଙ୍ଗାମାଳିକୁ ଲିଜ ଆକାରରରେ ପ୍ରଦାନ କରାଯାଇଥିଲା । ତେବେ କାରଖାନା ପ୍ରତିଷ୍ଠାରେ ବିଳମ୍ବ ହେତୁ ନିର୍ଦ୍ଧାରିତ ସମୟ ଅତିକ୍ରାନ୍ତ ହୋଇ ଯିବାରୁ ସରକାର ସେହି ଚୁକ୍ତିନାମାକୁ ରଦ୍ଦ କରି ଦେଇଥିଲେ । ଫଳରେ ବର୍ତମାନ ପ୍ରାୟ ୩ ମିଲିୟନ ଟ୍ରନ ବକ୍ସାଇଟ କୋଡ଼ିଙ୍ଗାମଳାଳିରୁ ଉତ୍ତୋ ତୋଳନ କରାଯାଇ ବେଦାନ୍ତ କାରଖାନା ସହିତ ଅନ୍ୟ କମ୍ପାନୀଙ୍କୁ ପ୍ରଦାନ କରାଯାଉଛି । ଏଠାରେ ଅନ୍ୟ ମାନଙ୍କ ମଧ୍ୟରେ ଆଦିତ୍ୟ ଆଲୁମିନା (ହିଣ୍ଡାଲକୋର) ନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ମିଶ୍ରଙ୍କ ସହିତଙ୍କ ଉପସଭାପତି ରାମଚନ୍ଦ୍ର ରାଉତ, ସଂଜୀବ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ। ତେବେ କମ୍ପାନୀର ନିର୍ଦ୍ଦେଶକ ଶ୍ରୀ ମିଶ୍ର ତାଙ୍କ ବକ୍ତବ୍ୟରେ କହିଥିଲେ କାରଖାନା ପ୍ରତିଷ୍ଠାକୁ ସମସ୍ତେ ସ୍ୱାଗତ କରୁଥିବାରୁ ମୁଁ ଧନ୍ୟବାଦ ଅର୍ପଣ କରୁଛି”, କିନ୍ତୁ ଯେଉଁ ସବୁ ଦାବି ଗୁଡ଼ିକ ଏଠାରେ ଉପସ୍ଥାପନ କରାଯାଇଛି ତାହା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିୟମ ପ୍ରକାରେ ନିଶ୍ଚିତ ଭାବେ ପୁରଣ କରାଯିବ।

ତେବେ ଆଲୁମିନା କାରଖାନା ପାଇଁ ଏଠାରେ ଆଜି ଜନ ଶୁଣାଣୀ ହେଉଥିଲେ ମଧ୍ୟ ଯଥାଶିଘ୍ର କମ୍ପାନୀ ମଦୁରାଇର ଏକ ସଂସ୍ଥା ଜରିଆରେ ଏଠାରେ ଏକ ବସ୍ତ୍ର ତିଆରି କାରଖାନା ୭ ମାସ ମଧ୍ୟରେ ପ୍ରତିଷ୍ଠା କରିବ”, ଯେଉଁଥିରେ ପ୍ରାୟ ୨ ହଜାର ମହିଳାଙ୍କୁ ଉକ୍ତ କାରଖାନାରେ ଦୁଇଟି ପ୍ରର୍ଯ୍ୟାୟରେ ନିଯୁକ୍ତି ମିଳିବ ବୋଲି ସେ କହିଥିଲେ।  ଏହା ବ୍ୟତିତ ଏଠାରେ ୧୧ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା  ୩ଲକ୍ଷ ମିଲିୟନ ଟନ ବକ୍ସାଇଟ ସହିତ ୧୫୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେବା ସହିତ ପ୍ରଥମ ଦଫାରେ ୮୧୫୦ଜଣ ଓ ଦ୍ୱିତୀୟ ଦଫାରେ ୪୭୫୦ ଜଣଙ୍କୁ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ନିଯୁକ୍ତି ମିଳିବ ବୋଲି ସେ କହିଥିଲେ । ଏଥିରେ ପୁର୍ବତନ ପୁର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା, ପଂଚାୟତ ସମିତି ଅଧ୍ୟକ୍ଷା ସୁୱାଇ କୁଲେସିକା, ପୁର୍ବତନ ଅଧ୍ୟକ୍ଷା ଶାନ୍ତି କୁଲେସିକା, ପାରଦା କୁଲେସିକାଙ୍କ ସହିତ ପ୍ରାୟ ୨୧ ଜଣ ପ୍ରଭାବିତ ଅଂଚଳବାସୀ ବିଭିନ୍ନ ଦାବୀ ଉପସ୍ଥାପନ କରିବା ସହିତ ଲିଖିତ ଭାବେ ଦାବି ପତ୍ର ପ୍ରଦାନ କରିଥିଲେ। ସେହିପର ଶୁଣାଣି କାର୍ଯ୍ୟକ୍ରମର କିଛି ସମୟ ପରେ ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ ମଧ୍ୟ ଆସି ଉପସ୍ଥିତ ହୋଇଥିଲେ । ଏଠାରେ ଅତିରିକ୍ତ ଆରକ୍ଷୀ ନିରୀକ୍ଷକ ବିମଳକାନ୍ତ ବ୍ରହ୍ମା ଓ ଉତ୍କଳ କେଶରୀ ଦାସଙ୍କୁ ଅବସ୍ଥାପିତ କରାଯାଇଥିଲା। ତେବେ ଓଡ଼ିଆ ପେଣ୍ଠ ପଂଚାୟତର ଧରଡ଼ା, ବିରିଗୁଡ଼ା କଲୋନୀ, ଧରଡ଼ା, ସିଙ୍ଗାରାମ, ରାଜନପଣସଗୁଡ଼ା ଭାଲୁଯେଡ଼ି ଗ୍ରାମର ପ୍ରଭାବିତ ଗ୍ରାମବାସୀ ବିଶେଷ କରି ଓଡ଼ିଆପଣ୍ଡ ପଂଚାୟତ ବ୍ୟତିତ ବାହର ଲୋକ ମାନଙ୍କୁ ଭିତରକୁ ଛଡ଼ା ଯାଇ ନଥିଲା।

ଆଇଆରବି, ଏସଏସବି,ଏପିଆର ଫୋର୍ସ ସହିତ ପ୍ରାୟ ୨୧ ପ୍ଲାଟୁନ ଫୋର୍ସ , ୧୦ ଜଣ ଆରକ୍ଷୀ ନିରୀକ୍ଷକ, ୧୫ ଜଣ ଉପନିରୀକ୍ଷକଙ୍କ ସହିତ ୧୫ ଜଣ ସହକାରୀ ଉପ ନିରୀକ୍ଷକଙ୍କୁ ନିୟୋଜିତ କରାଯାଇଥିଲା। ସେହିପରି ଲକ୍ଷ୍ମୀପୁର ତହସିଲଦାର ବନହିହାରୀ ଦିଣ୍ଡାଙ୍କ ସହିତ କୋରାପୁଟ ତହସିଲଦାର ରଂଜନକୁମାର ମାନସେଠଙ୍କୁ ମିଶସାଇ ୭ଜଣ ତହସିଲଦାର ଓ ୫ ରଣ ବିଡିଓ କାର୍ଯ୍ୟକାରୀ ମାଜିଷ୍ଟେଟ୍ ଦାୟିତ୍ୱରେ ଥିଲେ। ସ୍ଥାନୀୟ ଏସଡିପିଓ ଅଶ୍ୱିନୀ କୁମାର ନାଏକଙ୍କ ସହିତ ଥାନା ଅଧିକାରୀ ଗୌରହରୀ ସାହୁ ଆଇନ ଶୃଙ୍ଖଳାର କାର୍ଯ୍ୟ କିପରି ତ୍ୱରାନ୍ୱିତ ହୋଇ ପାରିବ ତାହାର ତଦାରଖ କରିଥିଲେ। କୋଡ଼ିଙ୍ଗା ମାଳି ସୁରକ୍ଷା ମଂଚ ପକ୍ଷରୁ ଆରମ୍ଭରୁ କାରଖାନା ପ୍ରତିଷ୍ଠା ପାଇଁ ଦାବି କରା ଯାଇ ଆସୁଥିବା ବଳେ ମଂଚର ଆବାହକ ସୁଧାକର ବାଘ ଯଥା ଶିଘ୍ର ପ୍ରତିଷ୍ଠା ପାଇଁ ଦାବି କରିଛନ୍ତି । ତେବେ ମୋଟା ମୋଟି ଭାବେ ପ୍ରାୟତଃ ସମସ୍ତେ କାରଖାନା ପ୍ରତିଷ୍ଠାକୁ ସ୍ୱାଗତ କରିଥିଲେ।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories