www.samajalive.in
Wednesday, December 10, 2025
18.1 C
Bhubaneswar

ଛତୁଚାଷ ସମ୍ବନ୍ଧୀୟ ବ୍ୟବସାୟିକ ଜ୍ଞାନ ଆହରଣ ପାଇଁ ପ୍ରଶିକ୍ଷଣ

ପିପିଲି:ପିପିଲିର ଦାଣ୍ଡମୁକୁନ୍ଦପୁର ସ୍ଥିତ କଳିଙ୍ଗ ଛତୁ ଫାର୍ମରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ୫୦ଜଣ ଛାତ୍ରଛାତ୍ରୀ ଛତୁଚାଷ ସମ୍ବନ୍ଧୀୟ ବ୍ୟବସାୟିକ ଜ୍ଞାନ ଆହରଣ ନିମନ୍ତେ ପ୍ରଶିକ୍ଷଣ ନେଇଛନ୍ତି। ୪ଦିନ ଧରି ଚାଲିଥିବା ଏହି ଶିକ୍ଷାଭିତ୍ତିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କଳିଙ୍ଗ ଛତୁ ଫାର୍ମର ସ୍ୱତ୍ତାଧିକାରୀ ତଥା ପ୍ରଶିକ୍ଷକ ସନ୍ତୋଷ କୁମାର ମିଶ୍ର ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଛତୁ କଲ୍‍ଚର, ମଞ୍ଜି ପ୍ରସ୍ତୁତି, ଛତୁ ଶଯ୍ୟା ପ୍ରସ୍ତୁତି, ପ୍ରକ୍ରିୟାକରଣ ସହ ଛତୁଚାଷ ସମ୍ବନ୍ଧୀୟ ଅନ୍ୟାନ୍ୟ ଜ୍ଞାନକୌଶଳ ସଂପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ସୋଆ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଂଶୁମାନ ଜେନା ଓ ମଧୁସ୍ମିତା ପାତ୍ର ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

 

- Advertisement -

ପ୍ରତ୍ୟେକ ବର୍ଷ ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏଠାକୁ ଆସି ଛତୁଚାଷ ସଂପର୍କରେ ପ୍ରଶିକ୍ଷଣ ନେଉଥିବା ବେଳେ ଭବିଷ୍ୟତରେ କୃଷି ବିଭାଗରେ କାର୍ଯ୍ୟ କରିବା ସମୟରେ ଏହା ସେମାନଙ୍କୁ ବହୁମାତ୍ରାରେ ସହଯୋଗ କରିବ ବୋଲି ପ୍ରଶିକ୍ଷକ ଶ୍ରୀମିଶ୍ର ପ୍ରକାଶ କରିଛନ୍ତି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories