www.samajalive.in
Monday, December 8, 2025
13.1 C
Bhubaneswar

ଡାକ୍ତରଙ୍କ ବଦଳି ବାତିଲ ଦାବିରେ ଆନ୍ଦୋଳନ, ମେଡିକାଲର ଇନଚାର୍ଜ ଡାକ୍ତର ଅଟକ

ନବରଙ୍ଗପୁର : ଡାକ୍ତରଙ୍କ ବଦଳି ଆଦେଶ ବାତିଲ ସମେତ ପାଞ୍ଚ ଦଫା ଦାବି ନେଇଁ ଗତ ୧୦ ତାରିଖ ଠାରୁ “ଜୟ ତେନ୍ତୁଳିଖୁଣ୍ଟି ମାନବ ସେବା” ଗ୍ରୁପ ଓ ତେନ୍ତୁଳିଖୁଣ୍ଟି ଅଞ୍ଚଳବାସୀଙ୍କ ପକ୍ଷରୁ ଡାକ୍ତରଖାନା ସମ୍ମୁଖରେ ଦିଆ ଯାଇଥୁବା ଧାରଣା ଚତୁର୍ଥ  ଦିନରେ ପହଁଚିଛି । ଧାରଣା ସ୍ଥଳରେ ଜିଲ୍ଲାର କୌଣସି ପ୍ରଶାସନିକ ଅଧିକାରୀ ମଧ୍ୟ ଆସି ଆଲୋଚନା କରିନଥିବା ଯୋଗୁଁ ଆନ୍ଦୋଳନକାରୀ ଆଜି ସନ୍ଧ୍ୟାରେ ତେନ୍ତୁଳୀଖୁଣ୍ଟି ମେଡିକାଲର ଇନଚାର୍ଜ ଡାକ୍ତର ସମଲାଇ ପ୍ରସାଦ ପଣ୍ଡାଙ୍କୁ ଅଟକ ରଖିଛନ୍ତି ।

ଦୀର୍ଘ ବର୍ଷ ହେଲା ତେନ୍ତୁଳିଖୁଣ୍ଟି ଡାକ୍ତରଖାନାରେ ଅନେକ ସମସ୍ୟା ଲାଗି ରହିଥିଲେ ହେଁ ସମାଧାନ ଦିଗରେ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାର ଦୃଷ୍ଟି ନଦେବା ପରିତାପର ବିଷୟ । ଫଳରେ ତେନ୍ତୁଳିଖୁଣ୍ଟି ଭଳି ଏକ ଆଦିବାସୀ ଅଧ୍ୟୁଷିତ ଅଂଚଳର ଜନ ସାଧାରଣ ଆବଶ୍ୟକୀୟ ସେବାରୁ ବଂଚିତ ହୋଇଛନ୍ତି । ଏଠାରେ ଅନେକ ଡାକ୍ତର ପଦବୀ ଖାଲି ପଡିଛି, ଏଥିସହ ଶବ ବ୍ୟବଚ୍ଛେଦ ଗୃହ ପାଇଁ ବିଗତ ଦିନମାନଙ୍କରେ ବାରମ୍ବାର ଦାବି ସତ୍ୱେ ପୂରଣ ହୋଇପାରୁନି । ତେବେ ଗତ ୧୦ ତାରିଖ ଠାରୁ ପାଞ୍ଚ ଦଫା ଦାବି ନେଇଁ ତେନ୍ତୁଳିଖୁଣ୍ଟି ଡାକ୍ତରଖାନା ସମ୍ମୁଖରେ ଧାରଣା ଦିଆ ଯାଉଛି । ଦାବି ଗୁଡିକ ମଧ୍ୟରେ କାର୍ୟ୍ୟରତ ଡାକ୍ତର ଶାନ୍ତି ସ୍ୱରୂପ ପଟ୍ଟନାୟକଙ୍କ ବଦଳି ବାତିଲ, ଏପ୍ରିଲ ମାସ ରୁ ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ନିମନ୍ତେ ଯୋଗେଇଥିବା ଶବ ବାହକ ଗାଡି ତୁରନ୍ତ ଯୋଗାଣ, ଶବ ବ୍ୟବଚ୍ଛେଦ ଗୃହ ସ୍ଥାପନ, ଖାଲି ପଡ଼ିଥିବା ସମସ୍ତ ଡାକ୍ତର ପଦବୀ ପୂରଣ, ରକ୍ତ ଭଣ୍ଡାର ସ୍ଥାପନ, ଏକ୍ସରେ ମେସିନ ଓ ଇସିଜି ମେସିନ ଯୋଗାଣ, ଏଭଳି ପାଞ୍ଚଟି ଦାବି ଦାବି ପତ୍ରରେ ଉଲ୍ଲେଖ ରହିଛି । ଦ୍ଵିତୀୟ ଦିନରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ସାଂସଦ ରମେଶ ଚନ୍ଦ୍ର ମାଝୀ, ଧାରଣାସ୍ଥଳରେ ପହଂଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ଏହାର ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ନେବା ପାଇଁ ପ୍ରକାଶ କରିଛନ୍ତି । ଚତୁର୍ଥ ଦିନରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝୀଙ୍କ ସମେତ ଧରଣୀଧର ସିଂ, ସନାତନ ବିଷୋୟୀ, ମୁନା ସାହୁ, କାଦିଲ ଯାନୀ, ପ୍ରମୁଖ ଧାରଣାସ୍ଥଳରେ ପହଂଚି ଜୟ ତେନ୍ତୁଳିଖୁଣ୍ଟି ମାନବ ସେବା ଗ୍ରୁପ ର ଦାବି କୁ ସମର୍ଥନ ଜଣେଇଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପର୍ୟ୍ୟନ୍ତ ଧାରଣା ଦିଆଯିବା ନେଇଁ ଅଖିଳ ଭତରା ପ୍ରକାଶ ସହ ଶାନ୍ତି ଶୃଙ୍ଖଳା ର ସହ ଚାରିଦିନ ଧାରଣା ଦେବା ସତ୍ୱେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀ ଧାରଣା ସ୍ଥଳରେ ନପହଞ୍ଚିବା ଦୁଃଖର ବିଷୟ ବୋଲି କ୍ଷୋବ ପ୍ରକାଶ କରିବା ସହ ସନ୍ଧ୍ୟା ୬ଟା ସମୟରେ ତେନ୍ତୁଳୀଖୁଣ୍ଟି ମେଡିକାଲ ଇନଚାର୍ଜ ଡାକ୍ତରଙ୍କୁ ଅଟକ ରଖିଛନ୍ତି। ଖବର ପାଇ ତେନ୍ତୁଳୀଖୁଣ୍ଟି ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ଧାରଣାରତ ବ୍ୟକ୍ତିଙ୍କ ସହ ଆଲୋଚନା କରିଥିଲେ ହେଁ ଆନ୍ଦୋଳନକାରୀ ଗୋଟିଏ ଜିଦ ଅଟଳ ରହିଛନ୍ତି। ଜିଲ୍ଲା ପ୍ରଶାସନ ତରଫରୁ କୌଣସି ଅଧିକାରୀ ଆସିଲେ ହିଁ ଛାଡ଼ିବୁ ବୋଲି କହିବା ପରେ ନବରଙ୍ଗପୁର ଏଡିଏମଓ ଆର ବିଜୟ କୁମାର ଘଟଣା ସ୍ଥଳରେ ପହଂଚି ଆଲୋଚନା କରୁଛନ୍ତି। ଖବର ଲେଖା ବେଳକୁ ବି ଅଟକ ଡାକ୍ତରଙ୍କୁ ଆନ୍ଦୋଳନକରୀ ଛାଡି ନଥିବା ଜଣାପଡିଛି ।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories