ନର୍ଲା: କାର୍ଯ୍ୟରତ ସାମ୍ବାଦିକ ଲୋକନାଥ ଦଳେଇଙ୍କ ପ୍ରତି ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ପୁଲିସର ବର୍ବରତା ପ୍ରତିବାଦରେ ନର୍ଲା ପ୍ରେସ ଆସୋସିଏସନ ପକ୍ଷରୁ କଳାବ୍ୟାଚ ପରିଧାନ କରି ପୁଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଏଭଳି ହୀନ ଆଚରଣ କରିଥିବା ସଂପୃକ୍ତ ଅଧିକାରୀଙ୍କୁ ସରକାର ଚାକିରିରୁ ନିଲମ୍ବନ କରିବା ସହ ଗିରଫ କରିବାକୁ ଦାବୀ କରାଯାଇଛି । ଏଥିରେ ନର୍ଲା ପ୍ରେସ ଆସୋସିଏସନ ସଭାପତି ଦୀପକ ଠାକୁର, ସାମ୍ବାଦିକ ଭିକାରୀ ଗଉଡ, ତ୍ରିଲୋଚନ ଗଉଡ, ସୁଶାନ୍ତ କୁମାର ଚାନ୍ଦ, ମନୋଜ ଷଡଙ୍ଗୀ, ଅଜୟ ସେନାପତି, ସଞ୍ଜିବ କୁମାର ଦାସ, ପ୍ରଦୀପ କୁମାର ଗଉଡ, ନୀଳକଣ୍ଠ ବେହେରା, ନିରଞ୍ଜନ ଗଉଡ, ଶୁଭମ ରୋହିଲା, ସନ୍ତୋଷ ପାତ୍ର, ଜଗତରାମ ସାହୁ, ନିକୁଞ୍ଜ ଦତ୍ତା, ଗଣେଶ ଭୋଇ, ବାବୁଲାଲ ବାଗ୍, ତପନ ସାହୁ ପ୍ରମୁଖ ସାମିଲ ହୋଇଥିଲେ। ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇବା ଘଟଣାରକୁ ଉପସ୍ଥିତ ସାମ୍ବାଦିକମାନେ ତୀବ୍ର ନିନ୍ଦା କରି ସମ୍ପୃକ୍ତ ପୁଲିସ ଅଧିକାରୀଙ୍କୁ ଚାକିରିରୁ ବହିଷ୍କୃତ କରିବା ଦାବିରେ କଳାବ୍ୟାଚ ପରିଧାନ କରିଥିଲେ।
Popular Categories



