www.samajalive.in
Saturday, December 13, 2025
17.1 C
Bhubaneswar

ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କ ଗିରଫଦାରୀକୁ ଲାଞ୍ଜିଗଡ଼ ସାମ୍ବାଦିକ ଓ ବୁଦ୍ଧିଜୀବୀଙ୍କ ବିରୋଧ

ଲାଞ୍ଜିଗଡ଼: ଲୋକଙ୍କ ପାଇଁ ସ୍ୱର ଉତ୍ତୋଳନ କରିଆସୁଥିବା ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କ ରାତି ଅଧିଆ ଗିରଫଦାରୀକୁ ନେଇ ସାରା ରାଜ୍ୟରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହି କ୍ରମରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକରେ ପ୍ରତିବାଦ କରାଯାଉଛି। ଆଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକରେ କାର୍ଯ୍ୟରତ ବୈଦ୍ୟୁତିକ ଗଣମାଧ୍ୟମ ଓ ଖବର କାଗଜର ସାମ୍ବାଦିକ, ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଂଗଠନ ଓ ବୁଦ୍ଧିଜୀବୀମାନେ ବିଶ୍ୱନାଥପୁର ଡାକ୍ତରଖାନା ଛକଠାରେ ଏକାଠି ହୋଇ ଏକ ଶୋଭାଯାତ୍ରାରେ ବାହାରି ଲାଞ୍ଜିଗଡ ତହସିଲଦାର ମୁନୀନ୍ଦ୍ର ହୋନ୍ନାଗାଙ୍କୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିରେ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କ ଉପରୁ ମିଥ୍ୟା ମାମଲା ପ୍ରତ୍ୟାହାର କରାଯାଇ ନିର୍ଦୋଷରେ ଖଲାସ କରିବା ପାଇଁ ଦାବି କରାଯାଇଛି।

ଆଜିର ଏହି ଶୋଭାଯାତ୍ରାରେ ସିପିଆଇଏମ୍ ସମ୍ପାଦକ ପଦ୍ମନାଭ ବିଶ୍ୱାଳ, ଦେବାଧି ମାଝୀ, ଅତୁଳ ପାତ୍ର, ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ କମିଟି ସଭାପତି ହରିହର କୁମାର, କଂଗ୍ରେସ ନେତା ନିତ୍ୟାନନ୍ଦ ସାହୁ, କଂଗ୍ରେସ ନେତା ଚାଞ୍ଚେର ମାଝୀ ବରିଷ୍ଠ ଆଦିବାସୀ ନେତା ଶୁକ୍ରୁ ମାଝୀ, ବିଜେପି ନେତା ମଧୁସୂଦନ ବାଗ ପ୍ରମୁଖ ଯୋଗ ଦେଇଥିବା ବେଳେ ଲାଞ୍ଜିଗଡ ପ୍ରେସ୍ କ୍ଲବ ସଭାପତି କୈଳାସ ସାହୁ, ସାଧାରଣ ସମ୍ପାଦକ ସୁଶୀଲ କୁମାର ବାଗ, ପିଇଡବ୍ଲ୍ୟୁ ମିଡିଆ ଆସୋସିଏସନ୍ ସଭାପତି ନୀଲେଶ କୁମାର ନାଗ, ସାଧାରଣ ସମ୍ପାଦକ ଗୋପାଳଦାସ ମହାନନ୍ଦ, ପ୍ରେସ୍ କ୍ଲବ କୋଷାଧ୍ୟକ୍ଷ ପରେଶ ନାୟକ, କ୍ଷମାନିଧି ମହାକୁଡ଼ ,ଧର୍ମେନ୍ଦ୍ର ପଣ୍ଡା, ତୁଳସୀରାମ ପ୍ରଧାନୀ, ହୃଷିକେଶ ମାଝୀ, ପ୍ରଭୁରଞ୍ଜନ ସାମଲ ପ୍ରମୁଖ ସାମିଲ ହୋଇଥିଲେ। ଭବାନୀପାଟଣାରୁ ଯୁବ ସାମ୍ବାଦିକ ତାପସ ମହାନ୍ତି ଯୋଗ ଦେଇଥିବା ବେଳେ ସାମ୍ବାଦିକ ସନ୍ତୋଷ ତୁଳଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories