www.samajalive.in
Thursday, December 11, 2025
23.1 C
Bhubaneswar

ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ କଠୋର ନିୟମର ଆବଶ୍ୟକତା ରହିଛି

ଭୁବନେଶ୍ୱର: କୋଭିଡ-୧୯ ପରି ମହାମାରୀ ସମୟରେ ଡାକ୍ତର ଏବଂ ସମସ୍ତ ସ୍ୱାସ୍ଥ୍ୟକର୍ମୀ ମାନଙ୍କ ଅବଦାନ ଅତୁଳନୀୟ। କିନ୍ତୁ ସମ୍ପ୍ରତି ଡ଼ାକ୍ତର ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀମାନେ ନାନା ପ୍ରକାର ହିଂସା, ଆକ୍ରମଣ ଆଦିର ଶିକାର ହେବାର ନଜିର ଆସିଛି। ଏହିପରି ଏକ ସମ୍ବେଦନଶୀଳ ବିଷୟବସ୍ତୁକୁ ନେଇ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ ଆନୁକୁଲ୍ୟରେ ଡ଼ାକ୍ତରୀ ଓ ଆଇନ ସମ୍ବନ୍ଧିତ ଆଲୋଚନାଚକ୍ର ଆମ୍ରି ହସ୍ପିଟାଲଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଆଲୋଚନାରେ ସ୍ୱାସ୍ଥ୍ୟକର୍ମୀମାନଙ୍କ ସୁରକ୍ଷା ତଥା ନାନା ପ୍ରକାର ଅଭିଯୋଗରୁ ମୁକ୍ତ କରିବା ପାଇଁ କଠୋର ନିୟମର ଆବଶ୍ୟକତା ଉପରେ ବିଶେଷ ଭାବେ ଆଲୋକପାତ କରାଯାଇଥିଲା। ବିଭିନ୍ନ ବିଶିଷ୍ଟ ଡ଼ାକ୍ତର ଓ ଆଇନଜୀବୀମାନେ ଯୋଗଦେଇ ଉକ୍ତ କାର୍ୟ୍ୟକ୍ରମକୁ ରୁଦ୍ଧିମନ୍ତ କରିବା ସହ ନିଜ ମତପୋଷଣ କରିଥିଲେ।

ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ଓଡ଼ିଆ କାଉନ୍‌ସିଲ୍‌ର ଅଧ୍ୟକ୍ଷ ଜେ.ବି ପାଣି ପ୍ରାରମ୍ଭିକ ଅଭିଭାଷଣରେ ଉକ୍ତ ଆଲୋଚନା ଚକ୍ରର ଉପଯୋଗୀତା ଓ ବର୍ତ୍ତମାନ ସମୟରେ ଏହାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ସ୍ୱାସ୍ଥ୍ୟ ଓ ଜୀବ ବିଜ୍ଞାନ କମିଟିର ଉପଦେଷ୍ଟା ତଥା ଆଇ.ସି.ସି ଓଡ଼ିଶା କାଉନ୍‌ସିଲ୍‌ର ଉପସଭାପତି ଏବଂ ଆମ୍ରି ହସ୍ପିଟାଲ ମୁଖ୍ୟ ନୀଳାଞ୍ଜନା ମୁଖାର୍ଜୀ ଡ଼ାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କ ପ୍ରତି ହେଉଥିବା ହିଂସା ଓ ଅତ୍ୟାଚାର ଏବଂ ଅଭିଯୋଗ ଉପରେ ନିଜର ଦୃଷ୍ଟି ଭଙ୍ଗୀ ପ୍ରତିପାଦିତ କରିଥିଲେ । ଆପୋଲୋ ହସ୍ପିଟାଲ୍‌ର ଡ଼ାକ୍ତରୀ ସେବା ନିର୍ଦ୍ଦେଶକ ଆଲୋକ ଶ୍ରୀବାସ୍ତବ ସମାଜର ପ୍ରତିଟି ବର୍ଗର ବ୍ୟକ୍ତିମାନଙ୍କ ଦ୍ୱାରା ଡ଼ାକ୍ତରମାନଙ୍କ ସୁରକ୍ଷା ନିମନ୍ତେ କି ପ୍ରକାର ପଦକ୍ଷେପ ନେବା ଆବଶ୍ୟକ ସେ ନେଇ ଆଲୋଚନା କରିଥିଲେ ।

- Advertisement -

ଏମ୍ସ ଭୁବନେଶ୍ୱରର ଫରେନ୍ସିକ ମେଡ଼ିସିନ୍ ବିଭାଗର ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି ଡ଼ାକ୍ତରମାନଙ୍କ ଉପରେ ହେଉଥିବା ହିଂସା ଓ ଅତ୍ୟାଚାର ଏବଂ ସେ ସମ୍ବନ୍ଧୀୟ ଆଇନ୍ କାନୁନ୍ ବିଷୟରେ କହିଥିଲେ। ଏମ୍ସ ରାୟବରେଲିର ସହକାରୀ ପ୍ରଫେସର ଡ଼ାକ୍ତର ଡ଼ାକ୍ତର ମୁକୁଳ ଶର୍ମା ଡାକ୍ତରମାନଙ୍କ ନିମନ୍ତେ ଡ଼ାକ୍ତରୀ ଅବହେଳା କ୍ଷେତ୍ରରେ ଉଚିତ୍ ଓ ଅନୁଚିତ୍ ଦିଗ ସମ୍ପର୍କରେ ବିଶେଷ ଦୃଷ୍ଟି ଦେଇଥିଲେ। ସେହିପରି ଭାରତୀୟ ବାର୍ ଆସୋସିଏସନ୍‌ର ଯୁଗ୍ମ ସମ୍ପାଦକ ତଥା ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଶ୍ରୀ ବିଭୁପ୍ରସାଦ ଶତପଥୀ ଲାଣ୍ଡମାର୍କ ଜଜ୍‌ମେଣ୍ଟ ଉପରେ ଆଲୋକପାତ କରିଥିଲେ। ଉକ୍ତ ଆଲୋଚନାରେ ଇଣ୍ଡିଆନ୍ ଚାମ୍ବର ଅଫ କମର୍ସ ଓଡ଼ିଶା କାଉନସିଲର ଅଧ୍ୟକ୍ଷ ଜେ.ବି ପାଣି, ଆମ୍ରୀ ହସ୍ପିଟାଲ୍‌ର ଉପସଭାପତି ତଥା ଆମ୍ରି ହସ୍ପିଟାଲ୍‌ର ମୁଖ୍ୟ ଓ ସ୍ୱାସ୍ଥ୍ୟ ଏବଂ ଜୀବବିଜ୍ଞାନ କମିଟିର ଉପଦେଷ୍ଟା ନିଳାଞ୍ଜନା ମୁଖାର୍ଜୀ, ଆଇସିସି ଓଡ଼ିଶା କାଉନ୍‌ସିଲ୍‌ର ଆଞ୍ଚଳିକ ନିର୍ଦ୍ଦେଶକ ଜ୍ୟୋତିପ୍ରକାଶ ପାଲ୍‌, ଆପୋଲୋ ହସ୍ପିଟାଲର ଡ଼ାକ୍ତରୀ ସେବା ବିଭାଗ ନିର୍ଦ୍ଦେଶକ ଆଲୋକ ଶ୍ରୀବାସ୍ତବଙ୍କ ସହ ବହୁ ମାନ୍ୟଗନ୍ୟ ବ୍ୟକ୍ତି ତଥା ନାନା ଡ଼ାକ୍ତର ଓ ଆଇନଜୀବୀମାନେ ଯୋଗ ଦେଇ ଆଲୋଚନାଚକ୍ରକୁ ସଫଳ କରିଥିଲେ। ପରିଶେଷରେ ଆଇସିସି ଓଡ଼ିଶା କାଉନ୍‌ସିଲ୍‌ର ଉପସଭାପତି ତଥା ଆମ୍ରି ହସ୍ପିଟାଲ ମୁଖ୍ୟ ଏବଂ ସ୍ୱାସ୍ଥ୍ୟ ଓ ଜୀବ ବିଜ୍ଞାନ କମିଟି ଉପଦେଷ୍ଟା ଶ୍ରୀମତୀ ନିଳାଞ୍ଜନା ମୁଖାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

Related Articles

Popular Categories