www.samajalive.in
Wednesday, December 10, 2025
16.1 C
Bhubaneswar

ବିଶ୍ୱ ଆଦିବାସୀ ଦିବସରେ ଆଦିବାସୀଙ୍କ ଗର୍ଜ୍ଜନ

ଗୁଣୁପୁର : ବିଶ୍ୱ ଆଦିବାସୀ ଦିବସରେ ଦେଖିବାକୁ ମିଳିଛି ଆଦିବାସୀଙ୍କ ରଣ ହୁଙ୍କାର। ରାୟଗଡା ଜିଲ୍ଲା ଗୁଣୁପୁରଠାରେ ସିପିଆଇ ଏମଏଲ ଓ ଆଦିବାସୀ ବିକାଶ ମଞ୍ଚ ତରଫରୁ ୧୪ ଦଫା ଦାବି ନେଇ ବନ ବିଭାଗ, ତହସିଲ ଓ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଜଙ୍ଗଲ, ଜଳ ଓ ଜମି ଆଦିବାସୀଙ୍କ ମୂଳ ଅଧିକାର ଆଦିମ ସମୟରୁ ରହି ଆସିଥିବା ବେଳେ ସରକାର ବିଭିନ୍ନ ଆଇନ ପ୍ରଣୟନ କରି ଆଦିବାସୀଙ୍କ ଅଧିକାରକୁ ଛଡେଇ ନେଇଛନ୍ତି। ସମ୍ଭ୍ରାନ୍ତ ଉଚ୍ଚ ବର୍ଗର ଲୋକେ ସରକାରୀ ଜମିକୁ ଜୋର ଜବରଦସ୍ତ ଦଖଲ କରୁଥିବା ବେଳେ ଆଦିବାସୀଙ୍କୁ ଏଥିରୁ ବଞ୍ଚିତ କରାଯାଉଛି। ଜଙ୍ଗଲକୁ ଗଲେ ବନ ବିଭାଗ ଜୁଲମ କରୁଛି। ଦଖଲରେ ରହିଥିବା ଆଦିବାସୀଙ୍କୁ ଦୀର୍ଘ ବର୍ଷ ଧରି ପଟ୍ଟା ଦିଆଯାଉନାହିଁ । ଏସବୁ ସରକାରୀ ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ଆଦିବାସୀ ନେତା ତିରୁପତି ଗମାଙ୍ଗ ପ୍ରକାଶ କରିଛନ୍ତି।

ସେହିଭଳି ବଂଶଧାରା ଉପର ମୁଣ୍ଡରେ ପ୍ରକଳ୍ପ ନିର୍ମାଣ, ଗୁଣୁପୁର ଥେରୁବାଲି ରେଳପଥ ସଂଯୋଗୀକରଣ, ଆନ୍ଧ୍ରରେ ମୃତ୍ୟୁ ବରଣ କରିଥିବା ଓ ଆହତ ଶ୍ରମିକଙ୍କ ପରିବାରକୁ ଅଧିକ କ୍ଷତିପୂରଣ ପ୍ରଦାନ, ଏହି ଘଟଣା ରେ ଦାୟିତ୍ବ ରେ ଅବହେଳା କରିଥିବା ଜିଲ୍ଲା ସ୍ତରୀୟ ଶ୍ରମ ଅଧିକାରୀ, ମଙ୍ଗଳ ଅଧିକାରୀ, ଶିଶୁ ସୁରକ୍ଷା ଓ ଶିଶୁ ମଙ୍ଗଳ ପ୍ରଶାସନିକ ଅଧିକାରୀଙ୍କୁ ବହିଷ୍କାର ଓ ଗିରଫ କରିବାକୁ ମୁଖ୍ୟ ଦାବୀ କରାଯାଇଛି। ଏହି ଘଟଣା ଘଟି ୧୨ ଦିନ ବିତିଯାଇଥିଲେ ମଧ୍ୟ ଜିଲ୍ଲାର କୌଣସି ଜଣେ ବି ଅଧିକାରୀ ଉକ୍ତ ଗ୍ରାମରେ ପାଦ ପକାଇ ନ ଥିବା ବେଳେ କିଭଳି କାଗଜ କଲମରେ ଶାସନ କରି ଲୋକଙ୍କ ଟଙ୍କାରୁ ଦରମା ନେଉଛନ୍ତି ଓ ଆଦିବାସୀଙ୍କ ବିକାଶ ନାମରେ ମାନବିକତା ଭୁଲି ଯାଇ ଶୋଷଣ କରୁଛନ୍ତି ଏହା ନିଚ୍ଛକ ଉଦାହରଣ ବୋଲି ଦଳ ପକ୍ଷରୁ କୁହାଯାଇଛି। ମନେରେଗା ଯୋଜନାରେ ଶ୍ରମିକଙ୍କ ମଜୁରୀ ବୃଦ୍ଧି ସହ ଦୁଇ ଶହ ଦିନ କାମ ଯୋଗାଇବା, ବିଭିନ୍ନ ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି, ତିନୋଟି କୃଷି ଆଇନ ବାତିଲ, ବିଦ୍ୟୁତ ବିଭାଗକୁ ଟାଟା କମ୍ପାନୀକୁ ନ ଦେବା ଭଳି ୧୪ ଦଫା ଦାବି ନେଇ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଗୁଣୁପୁର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories